ପାକିସ୍ତାନର ବାଲୁଚିସ୍ତାନରେ୧୪ ଜଣ ବସ୍‌ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

gunmen kill at least 14 bus passengers in pakistan's balochistan

ଆଜି ପାକିସ୍ତାନର ବେଲୁଚିସ୍ତାନରେ ଗୋଟିଏ ବସର ଯାତ୍ରୀମାନଙ୍କୁ ବଳପୂର୍ବକ ଓହ୍ଲାଇଗୁଳି ମାଡ କରିଛନ୍ତି ଆତଙ୍କବାଦୀ । ୧୫ରୁ ୨୦ ଆତଙ୍କବାଦୀ ବସ ଉପରକୁ ଆଖିବୁଜା ଗୁଳି ମାଡ କରି ୧୪ ଜଣଙ୍କୁ ହତ୍ୟା କରିଛନ୍ତି । ଗୁଳିମାଡ କରିବା ପୂର୍ବରୁ ଆତଙ୍କବାଦୀମାନେ ସମସ୍ତ ଯାତ୍ରୀଙ୍କୁ ବସରୁ ଓହ୍ଲାଇ ଦେଇଥିଲେ । ଆତଙ୍କବାଦୀମାନେ ଯବାନଙ୍କ ଭଳି ପୋଷାକ ପିନ୍ଧିଥିଲେ ବୋଲି ପ୍ରଦେଶିକ ଗୃହ ସଚିବ ହେଦର ଅଲ୍ଲି କହିଛନ୍ତି । ସୂଚନାଯୋଗ୍ୟ, ବସଟି ଓରମାରରୁ କରାଚିର ଉପକୂଳବର୍ତ୍ତୀ ସହର ମେଗାସିଟି ଯାଉଥିବା ବେଳେ ମକ୍ରାନ୍ ନିକଟରେ ଆତଙ୍କବାଦୀମାନେ ବସକୁ ଅଟକାଇଥିଲେ । ବସରେ ଥିବା ୧୬ ଜଣ ଯାତ୍ରୀଙ୍କୁ ପରିଚୟ ପତ୍ର ମାଗିବା ପରେ ସେମାନଙ୍କୁ ବସରୁ ଓହ୍ଲାଇ ଦେଇଥିଲେ । ପରେ ସେମାନଙ୍କ ଉପରକୁ ଅର୍ତକିତ ଗୁଳି ମାଡ କରିଥିଲେ । ଏଥିରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି । ଏପର୍ଯ୍ୟନ୍ତ କୌଣସି ସଙ୍ଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହିଁ । ଏଠାରେ ସୂଚନା ଥାଉକି ଗତ ସପ୍ତାହରେ ପ୍ରାଦେଶିକ ରାଜଧାନୀ କ୍ୱେଟ୍ଟାରେ ଆତ୍ମଘାତୀ ବୋମା ବିସ୍ଫୋରଣ ଯୋଗୁଁ ୨୦ ଜଣ ବ୍ୟକ୍ତି ନିହତ ହୋଇଥିଲେ।

Previous ସୁରକ୍ଷାକର୍ମୀଙ୍କ ଗୁଳି ମାଡରେ ୨ଜଣ ମାଓବାଦୀ ନିହତ
Next ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମୋକଦ୍ଦମା

No Comment

Leave a reply

Your email address will not be published. Required fields are marked *