‘ଫଣି’ ପାଇଁ ୧୫ ତାରିଖ ପର୍ଯ୍ୟନ୍ତ ଡାକ୍ତରଙ୍କ ଛୁଟି ବାତିଲ

govt doctors can't take leave till 15 may in view of fani

ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ଫଣି’ ପାଇଁ ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଓ ସରକାରୀ ଅନୁଷ୍ଠାନଗୁଡ଼ିକରେ ଛୁଟି ଘୋଷଣା କରାଯାଇଛି । ଶିକ୍ଷାନୁଷ୍ଠାନ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସବୁ ସରକାରୀ ଡାକ୍ତରଙ୍କ ଛୁଟି ବାତିଲ କରି ଦିଆଯାଇଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସେମାନେ ଛୁଟିରେ ରହିପାରିବେନି। ଆଉ ଯେଉଁମାନେ ଛୁଟିରେ ଅଛନ୍ତି, ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ‘ଫଣି’ ୩ ତାରିଖରେ ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିବ ବୋଲି କୁହାଯାଉଥିବା ବେଳେ ଏହାର ପ୍ରଭାବରେ ୨ ତାରିଖ ସକାଳୁ ବର୍ଷା ଆରମ୍ଭ ହୋଇଯିବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଗତକାଲି ବର୍ଷା ହେବ। ୩ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ‘ଫଣି’ ପାଇଁ ରାଜ୍ୟରେ ସତର୍କତାମୂଳକ ପଦକ୍ଷେପ ନିଆଯାଉଥିବା ବେଳେ ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ ବଣ୍ଟନ ପାଇଁ ବି ପ୍ରସ୍ତୁତି ଆରମ୍ଭ ହୋଇଛି। ୯ଟି ସ୍ଥାନରେ ଏନ୍‌ଡିଆର୍‌ଏଫ୍ ଟିମ୍‌କୁ ମୁତୟନ କରାଯାଇଥିବା ବେଳେ ୧୦ରୁ ଅଧିକ ଆଇଏଏସ୍‌ ଅଫିସରଙ୍କୁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ଦିଆଯାଇଛି।ଏହାସହ ନନ୍ଦନକାନ ପ୍ରାଣୀଉଦ୍ୟାନ ମଧ୍ୟ ବନ୍ଦ ରହିବ । ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଯିବ ବୋଲି ସୂଚନା ମିଳିଛି । ‘ଫଣି’ ପାଇଁ ମଧ୍ୟ କେତେକ ଟ୍ରେନ ହୋଇପାରେ ବୋଲି ସୂଚନା ମିଳିଛି ।

Previous ବଢ଼ିଲା ରନ୍ଧନ ଗ୍ୟାସ ଦର
Next ମହାରାଷ୍ଟ୍ରରେ ଆଇଇଡ଼ି ବିସ୍ଫୋରଣ:୧୫ ଜଣ ଯବାନ ଶହୀଦ

No Comment

Leave a reply

Your email address will not be published. Required fields are marked *