ବହୁମତ ପ୍ରମାଣିତ କଲେ ପ୍ରମୋଦ ସାୱନ୍ତ

goa assembly floor test pramod sawant bjp congress

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପରେ ଗୋଆରେ ରାଜନୈତିକ ସଂକଟ ଦେଖା ଦେଇଥିବା ବେଳେ କଂଗ୍ରେସ ସରକାର ଗଠନ କରିବାକୁ ରାଜ୍ୟପାଳଙ୍କୁ ଭେଟି ଦାବି ମଧ୍ୟ କରିଥିଲା । ହେଲେ ବିଜେପିର ପ୍ରୟାସରେ ବିଭିନ୍ନ ଦଳ ସହ ମେଣ୍ଟ କରି ପ୍ରମୋଦ ସାୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲେ ବିଧାୟକ । ଗୋଆରେ କଂଗ୍ରେସ ବଡ ଦଳ ଥାଇ ବି ମେଂଟ ଜରିଆରେ ବିଜେପି ସରକାର ଗଠନ କରିବାକୁ ସଫଳ ହୋଇଥିଲା । ମୁଖ୍ୟମନ୍ତ୍ରୀ ଭାବେ ପ୍ରମୋଦ ସାୱନ୍ତଙ୍କ ସହ ୧୧ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇସାରିଛନ୍ତି ସୋମବାର ।ହେଲେ ପ୍ରମୋଦ ସାୱନ୍ତଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ଆଜିକୁ ସମୟ ଦିଆଯାଇଥିଲା। ଏଥିରେ ସେ ସଫଳ ହେବା ସହ ବହୁମତର ପ୍ରମାଣ କରିପାରିଛନ୍ତି । ଗୋମନ୍ତକ ପାର୍ଟି, ଗୋଆ ଫରୱାର୍ଡ ପାର୍ଟି ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ମେଂଟ ସରକାର କରିଥିବା ବିଜେପି ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିବାରେ ସକ୍ଷମ ହୋଇଛି । ବିଜେପିର ୧୨ ବିଧାୟକ, ମହାରାଷ୍ଟ୍ର ଗୋମନ୍ତକ ପାର୍ଟିର ୩ଜଣ, ଗୋଆ ଫରୱାର୍ଡ ପାର୍ଟିର ଜଣେ ଓ ଅନ୍ୟ ୩ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପାଇ ପୁଣି ଥରେ ମେଂଟ ସରକାର ଗୋଆରେ ଚଳାଇବ ବିଜେପି ।

Previous ୨୨ରୁ ବଢିବ ତାତି
Next ପିଏନ୍‌ବି ମହାଠକେଇ:ଲଣ୍ଡନରୁ ନିରବ ମୋଦି ଗିରଫ

No Comment

Leave a reply

Your email address will not be published. Required fields are marked *