ଓୟୁଏଟି ସ୍ପଟ୍ ଆଡ଼ମିସନରେ ଜାଲିଆତି

Fraud in OUAT spot admission

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବିଭିନ୍ନ ସ୍ନାତକୋତ୍ତର ବିଭାଗରେ ସ୍ପଟ୍ ନାମ ଲେଖାକୁ କେନ୍ଦ୍ର କରି ଜାଲିଆତି ଓ ବାଛବିଚାର ସନ୍ଦେହ କର୍ତ୍ତୃପକ୍ଷଙ୍କ ଆଚରଣରୁ ସ୍ପଷ୍ଟ ହୋଇଛି । ଫଳରେ ଆବେଦନକାରୀଙ୍କୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିଛି । ଅଗଷ୍ଟ ୭ ତାରିଖରେ ସ୍ପଟ୍ ନାମଲେଖା ପାଇଁ ବିଭିନ୍ନ ସମ୍ବାଦପତ୍ରରେ ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ଆବେଦନକାରୀ ଓ ସେମାନଙ୍କ ଅଭିଭାବକଙ୍କ ପକ୍ଷରୁ ଯୋଗାଯୋଗ କରାଯାଇଥିଲା । ଏଥି ଲାଗି ଆଶାୟୀଙ୍କୁ ନାମଲେଖା ବାବଦ ଅର୍ଥର ଡ୍ରାଫ୍ଟ ଓ ଅନ୍ୟାନ୍ୟ ଡକୁମେଣ୍ଟ ସହ ଅଗଷ୍ଟ ୧୭ରେ ଉପସ୍ଥିତ ହେବାକୁ ପରାମର୍ଶ ଦିଆଯାଇଥିଲା । ସେଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତ ହୋଇଥିବାରୁ ଓୟୁଏଟି କାର୍ଯ୍ୟାଳୟ ବନ୍ଦ ରହିଥିଲା । ପରେ ଅଗଷ୍ଟ ୧୯ ତାରିଖରେ ପୁଣି ସ୍ପଟ୍ ଆଡ଼ମିସନ ପାଇଁ ନୋଟିସ୍ ଦିଆଯାଇଥିଲା । ତେବେ ଏଗ୍ରି ଏମବିଏ ଭଳି ଅନ୍ୟ କେତେକ ବିଷୟର ସ୍ନାତକୋତ୍ତର ବିଭାଗରେ ଖାଲିଥିବା ସିଟ୍ ପୂରଣ ହୋଇଗଲା ବୋଲି ଦର୍ଶାଗଲା । ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରୁ ସେ ତାଙ୍କର ଅସହାୟତା ପ୍ରକାଶକରି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଏ ସମ୍ପର୍କରେ କହିବାକୁ ଉତ୍ତର ଦେଲେ । ଏହାର ପୃଷ୍ଠ ଭାଗରେ ଥିବା କାରସାଦୀ ସମ୍ପର୍କରେ କର୍ତ୍ତୃପକ୍ଷ ସ୍ପଷ୍ଟ କରିବା ଉଚିତ ।

Previous କେଶସଜ୍ଜାରେ କ୍ୟାରିୟର...
Next କୋହଲି ଓ ରାହାଣେଙ୍କ ଲଢେଇ ସତ୍ତ୍ୱେ ଭାରତ ପରାସ୍ତ

No Comment

Leave a reply

Your email address will not be published. Required fields are marked *