ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପାର୍ଥୀଙ୍କ ପ୍ରଚାର

first phase election in odisha campaigning end today

ଦିନକ ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ଏଥି ପାଇଁ ଆଜି ସରୁଛି ପାର୍ଥୀଙ୍କ ପ୍ରଚାର। ୬,୩୯୭ ଜାଗାରେ ୭ ହଜାର ୨୩୩ ବୁଥ୍‌ରେ ହେବ ମତଦାନ । ପ୍ରଥମ ପର୍ଯ୍ୟାୟରେ ଭୋଟ୍‌ ଦେବେ ୬୦ ଲକ୍ଷ ୩ ହଜାର ୭୦୭ ଜଣ ମତଦାତା, ସେଥିମଧ୍ୟରେ ରହିଛନ୍ତି ୨୯ ଲକ୍ଷ ୭୨ ହଜାର ୯୨୫ ଜଣ ପୁରୁଷ ଭୋଟର ଓ ମହିଳା ଭୋଟର ସଂଖ୍ୟା ୩୦ ଲକ୍ଷ ୩୦ ହଜାର ୨୨୨ ରହିଛି । ଲୋକସଭା ଆସନ ପାଇଁ ନିର୍ବାଚନ ଲଢ଼ିବେ ୨୬ ପ୍ରାର୍ଥୀ, ୨୬ ପ୍ରାର୍ଥୀଙ୍କ ମଧ୍ୟରୁ ୨୪ ପୁରୁଷ ଓ ୨ ମହିଳା ପ୍ରାର୍ଥୀ ଅଛନ୍ତି । ବିଧାନସଭା ଆସନ ପାଇଁ ୧୯୧ ପ୍ରାର୍ଥୀଙ୍କ ମଧ୍ୟରୁ ୧୭୫ ପୁରୁଷ ଓ ୧୬ ମହିଳା ପ୍ରାର୍ଥୀ। ମାଓ ପ୍ରଭାବିତ ଅଞ୍ଚଳରେ କଡ଼ା ସୁରକ୍ଷା ସହ ସକାଳ ୭ରୁ ଅପରାହ୍ଣ ୪ଟା ମଧ୍ୟରେ ମତଦାନ କାର୍ଯ୍ୟକ୍ରମ ଚାଲିବ ।

Previous ଜୟପାଟଣା ସାଧାରଣ ସଭାରେ ପୁଣି ମହିଳାଙ୍କୁ ଗୁରୁତ୍ୱ ଦେଲେ ନବୀନ
Next ଦଳ ଛାଡିଲେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଓ ସମ୍ପାଦିକା ସୁଜାତା ଜେନା

No Comment

Leave a reply

Your email address will not be published. Required fields are marked *