ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ

first corona virus positive case in Odisha

ସାରା ବିଶ୍ଵରେ ଭୟର ବାତାବରଣ ସୃଷ୍ଟି କରିଥିବା କରୋନା ଭୂତାଣୁ ଭାରତରେ ପ୍ରବେଶ କରିବା ପରେ ରାଜ୍ୟ ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ସହ ବିଭିନ୍ନ ପଦକ୍ଷେପ ନେଇଥିଲେ । ହେଲେ ଆଜି ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବାପରେ ସରକାର ଅଧିକ ସଚେତନ ହୋଇପଡିଛନ୍ତି । ରାଜ୍ୟର କେତେକ ସ୍ଥାନରେ ୧୪୪ ଜାରି ହେବାସହ ସ୍କୁଲ କଲେଜ ବନ୍ଦ ରହିଛି । ଏହାସହ ବିଭିନ୍ନ ସହରରେ ସିନେମା ହଲ ସପିଂ ମଲ ବନ୍ଦ ରହିଛି । ଚିହ୍ନଟ ରୋଗୀଙ୍କ ଘର ଭୁବନେଶ୍ଵରର ବଡ଼ଗଡ଼ ଅଞ୍ଚଳରେ। ଗତ ୬ ତାରିଖରେ ଇଟାଲୀରୁ ଦିଲ୍ଲୀ ଫେରିଥିଲେ। ପରେ ୧୨ ତାରିଖରେ ଟ୍ରେନ ଯୋଗେ ଭୁବନେଶ୍ଵର ଆସିଥିଲେ। ତେବେ କରୋନା ରୋଗୀ ଚିହ୍ନଟ ହେବାପରେ ରାଜ୍ୟରେ କଣ କଣ ପଦକ୍ଷେପ ନିଆଯାଇଛି ଆସନ୍ତୁ ସଂକ୍ଷେପରେ ଜାଣିବା।
-କରୋନା ପାଇଁ ଆସନ୍ତା ୨୪ରେ ହେବାକୁ ଥିବା ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରହିଛି।
-କେବଳ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ଛାଡି କରୋନା ପାଇଁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ପରୀକ୍ଷା ସ୍ଥଗିତ।
-କରୋନା ପାଇଁ ଯାଜପୁରରେ ୧୪୪ ଧାରା, ପ୍ରସିଦ୍ଧ ବାରୁଣୀ ବୁଡ଼ ଉପରେ ଲାଗିଲା କଟକଣା। ୨୧ ତାରିଖରେ ହୋଇଥାନ୍ତା ବାରୁଣୀ ବୁଡ଼।
-ବ୍ରହ୍ମପୁର ଓ ସମ୍ବଲପୁର ସହରରେ ସବୁ ସପିଙ୍ଗ ମଲ, ଶୋ ରୁମ ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶ ।
-କରୋନା ପାଇଁ ଭଦ୍ରକ ଜିଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ।
-୨୪ ଘଣ୍ଟା ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟ ଓ ରେଭେନ୍ସା ହଷ୍ଟେଲ ବନ୍ଦ କରିବାକୁ ନିର୍ଦେଶ
-ସମସ୍ତ ସରକାରୀ ଓ ବେସରକାରୀ କୋଚିଂ ସେଣ୍ଟର ବନ୍ଦ ରଖିବାକୁ ନିର୍ଦେଶ
-୩୧ ଯାଏ ଭୁବନେଶ୍ଵର ଓ କଟକରେ ବନ୍ଦ ରହିବ ସବୁ ଶପିଂ ମଲ୍‌
-ପ୍ରସିଦ୍ଧ ହରିରାଜପୁର ମେଳଣରେ ୧୪୪ ଜାରି
-କୋଣାର୍କ ସୂର୍ଯ୍ୟ ମନ୍ଦିର ବନ୍ଦ
-କରୋନା ପାଇଁ ଖୋର୍ଦ୍ଧାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ
-ବସରେ ଆବଶ୍ୟକ ସିଟଠାରୁ ଅଧିକ ଯାତ୍ରୀ ମନା; ଡ୍ରାଇଭର ସହ ସମସ୍ତ କର୍ମଚାରୀ ପିନ୍ଧିବେ ମାସ୍କ

-ବିଭିନ୍ନ ଅଞ୍ଚଳରେ ପରିମଳ ଓ ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ ପାଇଁ ଗଠନ ହେବ ସ୍ୱତନ୍ତ୍ର ଟିମ
-ଦିନ ୨ଟାରୁ ବନ୍ଦ ରହିବ ସହରର ସବୁ ପାର୍କ

Previous ଘରେ ରଖନ୍ତୁ କର୍ପୁର-ଫିଟିକିରି
Next ଖରାଛୁଟିରେ ଖରନ୍ତୁ ଏଭଳି

No Comment

Leave a reply

Your email address will not be published. Required fields are marked *