ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । କଟକ ସିଡିଏ ମର୍କତ ନଗର ସେକ୍ଟର୍ ୧୦ରେ ଥିବା ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ ଘଟି ବହୁ ଆସବାବପତ୍ର, ଗୁରୁତ୍ୱପୂର୍ଣ୍ଣ ଦଲିଲ ଓ କମ୍ପ୍ୟୁଟର୍ ଆଦି ପୋଡ଼ି ଯାଇଛି। ବ୍ୟାଙ୍କ୍ରେ ନିଆଁ ଲାଗିଥିବା କଥା ସକାଳ ପ୍ରାୟ ୭: ୩୦ରେ ଜଣାପଡ଼ିଥିଲା। ଖବରପାଇ ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗରୁ ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଥିଲେ। ଘଟଣାର ତଦନ୍ତ ଆରମ୍ଭ ହୋଇଥିଲେ ମଧ୍ୟ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ। ଇଲେକ୍ଟ୍ରିକ୍ ସର୍ଟସର୍କିଟ୍ କାରଣରୁ ନିଆଁ ଲାଗି ଥାଇପାରେ ବୋଲି ଅନୁମାନ କରାଯାଉଛି।
ମର୍କତ ନଗର ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ: ଜଳିଗଲା ବହୁ ଆସବାବପତ୍ର, ଗୁରୁତ୍ୱପୂର୍ଣ୍ଣ ଦଲିଲ
fire at bank of india markata nagar cuttack

No Comment