ରିଲିଜ୍‌ ହେଲା ‘କବୀର ସିଂ’ର ଟିଜର୍ ନିଆରା ଅନ୍ଦାଜରେ ଶାହିଦ୍‌

film kabir singh teaser release

ବହୁ ପ୍ରତୀକ୍ଷିତ ସିନେମା ‘କବୀର ସିଂ’ର ଟିଜର୍ ରିଲିଜ୍‌ ହୋଇଛି । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଶାହିଦ୍‌ କପୁରା । ଫିଲ୍ମଟି ହେଉଛି ୨୦୧୭ରେ ଆସିଥିବା ବ୍ଲକବଷ୍ଟର ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ୍‌। ମୂଳ ଫିଲ୍ମର ନିର୍ଦ୍ଦେଶକ ଭି.ସନ୍ଦୀପ ବାଙ୍ଗା ରିମେକ୍‌ ‘କବୀର ସିଂ’ର ନିର୍ଦ୍ଦେଶନା ଦେଇଛନ୍ତି। ସିନେମାର ଟିଜର ରିଲିଜ୍‌ ହେବାର ମାତ୍ର କେଇ ଘଣ୍ଟାରେ ବେଶ୍‌ ଲୋକପ୍ରିୟ ହୋଇପାରିଛି । ଫିଲ୍ମରେ ଶାହିଦ୍‌ ଜଣେ ସର୍ଜନଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଯିଏକି ନିଜ ପ୍ରେମିକାଙ୍କ ଅନ୍ୟତ୍ର ବିବାହ ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡୁଛନ୍ତି ଏବଂ ନିଜ ଜୀବନକୁ ବର୍ବାଦ କରିଦେଉଛନ୍ତି । ପ୍ରେମର ନକରାତ୍ମକ ଦିଗକୁ ବେଶ୍‌ ସୁନ୍ଦର ଭାବେ ନିଭାଇଛନ୍ତି ଶାହିଦ୍‌। ଫିଲ୍ମରେ ଶାହିଦ୍‌ଙ୍କ ବିପକ୍ଷରେ ନଜର ଆସିଛନ୍ତି କିୟାରା ଆଡ୍‌ଭାନୀ। ଏଥିରେ ଶାହିଦ୍‌ ନିଜ ଲୁକ୍‌ରେ ବି ଏକ୍ସପେରିମେଣ୍ଟ କରିଛନ୍ତିା ଟିଜର୍‌ରେ ଶାହିଦଙ୍କ ନିଆରା ଲୁକ୍‌କୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ଫିଲ୍ମଟି ଚଳିତ ବର୍ଷ ଜୁନ୍‌ ୨୧ରେ ପରଦାକୁ ଆସିବ।

Previous ସିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ବିକ୍ଷୋଭ
Next କାଳବୈଶାଖୀ ନେଇ ୮ଟି ଜିଲ୍ଲାକୁ ସତର୍କ ସୂଚନା

No Comment

Leave a reply

Your email address will not be published. Required fields are marked *