ଇଷ୍ଟର ସଣ୍ଡେ ବିସ୍ଫୋରଣର ପ୍ରତିଶୋଧ ନେଲା ଶ୍ରୀଲଙ୍କା : ସୁରକ୍ଷାକର୍ମୀଙ୍କ ମିଳିତ ଚଢ଼ାଉରେ ୧୫ ସଂଦିଗ୍ଧ ନିହତ

fifteen killed in sri lanka in shootout with suspected islamist militants

ଶ୍ରୀଲଙ୍କାରେ ଇଷ୍ଟର ପର୍ବ ଦିନ ହୋଇଥିବା ସିରିଏଲ୍ ବୋମା ବିସ୍ଫୋରଣ ଘଟଣା ପାଇଁ ନିଜକୁ ଦାୟୀ କରିଥିବା ଆଇଏସଆଇଏସ ସଂଗଠନ ଉପରେ ଆଜି ଶ୍ରୀଲଙ୍କା ପୁଲିସ, ସିକ୍ୟୁରିଟି ଫୋର୍ସ ଓ ସେନା ପକ୍ଷରୁ ଚଢାଉ କରାଯାଇଛି । ରାଜଧାନୀ କଲମ୍ୱୋର ପୂର୍ବ ଦିଗରେ ଥିବା କଳମୁନାଇ ସହରର ଏକ ଘର ଉପରେ ଏହି ଚଢାଉ ହୋଇଥିଲା। ଚଢ଼ାଉ ବେଳେ ୧୫ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୬ ଜଣ ଛୋଟପିଲା ରହିଛନ୍ତି । ସେନା ପ୍ରବକ୍ତା ସୁମିତ୍ ଅଟାପଟ୍ଟୁ ଏଜେନ୍ସୀକୁ ଏହି ବିବରଣୀ ଦେଇଛନ୍ତି । ସମସ୍ତ ମୃତଦେହ ଉଦ୍ଧାର ହୋଇଛି। କଲମ୍ବୋ ସହରରେ ହୋଇଥିବା ସିରିଜ ବିସ୍ଫୋରଣ ଘଟଣା ପୂର୍ବରୁ କଲମୁନାଇ ସହରର ଉକ୍ତ ଘରେ ଏକ ଭିଡିଓ ରେକର୍ଡ କରାଯାଇଥିବା ସନ୍ଦେହରେ ସୁରକ୍ଷାକର୍ମୀ ଏବଂ ସେନା ପକ୍ଷରୁ ମିଳିତ ଅପରେଶନ କରାଯାଇଥିଲା ବୋଲି ଖବରସରବରାହ ସଂସ୍ଥା ଆଇଏଏନଏସ ଉଲ୍ଲେଖ କରିଛି। ସେହିପରି କଳମୁନାଇ ସହରର ଅନ୍ୟ ଏକ ସ୍ଥାନରେ ମଧ୍ୟ ଶ୍ରୀଲଙ୍କା ସେନା ରେଡ୍ କରି ୧୫୦ଟି ଆଇଏସଆଇଏସ ପତାକା, ହଜାର ହଜାର ସଂଖ୍ୟାରେ ଗୁଳି, ଡ୍ରୋନ କ୍ୟାମେରା ଆଦି ଜବତ କରିଛି । ଏଥିରେ କୌଣସି ସୁରକ୍ଷାକର୍ମୀ କିମ୍ବା ସେନାଙ୍କର କ୍ଷତି ହୋଇନଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଆଇଏସ ପତାକା ଏବଂ କିଛି ପୋଷାକ ମିଳିଥିଲା। ଗତ ରବିବାର ସିରିଜ ବିସ୍ଫୋରଣ କରିଥିବା ଆତ୍ମଘାତୀମାନେ ଯେପରି ପୋଷାକ ପିନ୍ଧିଥିଲେ ଜବତ ହୋଇଥିବା ପୋଷାକ ମଧ୍ୟ ସେହିଭଳି ବୋଲି ପୁଲିସ କହିଛି।

Previous ବଳାତ୍କାର ମାମଲାରେ ଆସାରାମ୍ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ
Next ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆଜି ସରୁଛି ପ୍ରଚାର

No Comment

Leave a reply

Your email address will not be published. Required fields are marked *