‘ନାଗିନ୍‌-୩’ଫାଇନାଲ୍‌ରେ ଦେଖା ଦେବେ ମୌନି ରୟ !

ekta kapoor hints mouni roy cameo in tv show finale episodes naagin-3

ପରିଚିତ ଧାରାବାହିକ ‘ ନାଗିନ୍‌-୩’ର ଦର୍ଶକଙ୍କ ପାଇଁ ଏକ ବଡ଼ ଖୁସି ଖବର । ଏହି ମେଗା ଶୋ’ ର ୨ଟି ସିଜିନ୍‌ ଖୁବ୍‌ ସଫଳତାର ସହ ସରିଥିବା ବେଳେ ‘ ନାଗିନ୍‌-୩’ ମଧ୍ୟ ଫାଇନାଲ୍‌ରେ ପହଞ୍ଚିଲାଣି। ଏହି ଖାସ୍‌ ଅବସରରେ ଶୋ’ର ନିର୍ମାତା ଦର୍ଶକଙ୍କ ଲାଗି ଏକ ବଡ଼ ସରପ୍ରାଇଜ୍‌ ଘୋଷଣା କରିଛନ୍ତି। ଶୋ’ର ପ୍ରଯୋଜିକା ଏକତା କପୁର ସିଜିନ୍‌-୩ର ଗ୍ରାଣ୍ଡ୍‌ ଫାଇନାଲର ଘୋଷଣା କରି ସାରିଥିବା ବେଳେ କିଛି ବଡ଼ ଧମାଲ ହେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି। ନାଗିନ୍‌ର ୨ଟି ପୁରୁଣା ସିରିଜିରେ ଲିଡ୍‌ ରୋଲ ପ୍ଲେ କରୁଥିବା ମୌନି ରୟ ଏବେ ଫାଇନାଲ୍‌ ଏପିସୋଡ଼ରେ ଧମାକେଦାର ଏଣ୍ଟ୍ରି କରିବେ ବୋଲି ସୂଚନା ମିଳିଛି। ଆଜି (ଶନିବାର ) ଓ କାଲି(ରବିବାର) ଏହି ଅଧ୍ୟାୟ ପ୍ରସାରିତ ହେବ ବୋଲି ଜଣାପଡିଛି । ପ୍ରମୋ ଭିଡ଼ିଓରେ ଏନେଇ ସୂଚନା ଦେଇ ଏକତା କ୍ୟାପସନରେ ଲେଖିଛନ୍ତି- ନାଗିନ୍‌ ଫ୍ୟାନସ୍‌ ଫାଇନାଲ ଏପିସୋଡ୍‌ ଦେଖିବା ଆଗରୁ ନିଜ ନିଜ ସିଟ୍‌ ବେଲ୍ଟ ବାନ୍ଧି ଦିଅନ୍ତୁ। ଜଣେ ପରିଚିତ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ପାଇବ ବେଲା। ଏହାପରେ କାହାଣୀକୁ ଡ୍ରାମାଟିକ୍‌ ଭାବେ ବିଦାୟ ଦିଆଯିବ। ଏହି କ୍ୟାପସନ ଟ୍ୟାଗରେ ଏକତା # କୁଇନ ଅଫ୍‌ ନାଗିନ୍ସ ବୋଲି ଲେଖିଛନ୍ତି। ମୌନି ରୟ କୁଇନ ଅଫ୍‌ ନାଗିନ୍ସ ନାମରେ ତାଙ୍କ ଦର୍ଶକଙ୍କ ପାଖରେ ପରିଚିତ। ତେଣୁ ମୌନି ଏହି ଏପିସୋଡ୍‌ରେ ଏଣ୍ଟ୍ରି କରିବେ ବୋଲି ଅନୁମାନ କରାଯାଉଛି। ନାଗିନ୍‌ ର ଲୋକପ୍ରିୟତା ମୌନିଙ୍କ ଭାଗ୍ୟ ପରିବର୍ତ୍ତନ କରିବା ସହ ସିଧା ବଲିଉଡ଼ରେ ଏଣ୍ଟ୍ରି କରାଇବାରେ ସହାୟ ହୋଇଥିଲା । ଏବେ ସେ ବଲିଉଡ଼ର ଜଣେ ଆଗଧାଡ଼ିର ସଫଳ ନାୟିକା ହେବା ସହ ହିଟ୍‌ ହିରୋଙ୍କ ସହ ଅଭିନୟ କରୁଛନ୍ତି । ମୌନିଙ୍କୁ ଆଉ ଥରେ ନାଗିନ୍‌ ସିରିଜରେ ଦେଖିବାକୁ ଫ୍ୟାନ୍ସଙ୍କ ଉତ୍ସୁକତା ମଧ୍ୟ କିଛି କମ୍‌ ନାହିଁ।

Previous ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ୪.୪ ତୀବ୍ରତା ଭୂମିକମ୍ପ ଅନୁଭୂତ
Next ଶ୍ରୀଲଙ୍କା ଆତଙ୍କୀ ହମଲା:ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି, ମୋଟ ୨୪ ଜଣ ଗିରଫ

No Comment

Leave a reply

Your email address will not be published. Required fields are marked *