ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ୪.୪ ତୀବ୍ରତା ଭୂମିକମ୍ପ ଅନୁଭୂତ

earthquake at rairangpur Odisha

ଆଜି ସକାଳ ପ୍ରାୟ ୬: ୨୦ରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର, ବିଶୋୟୀ, ବହଳଦା ଓ ଗୋରୁମହିଷାଣୀ ଆଦି ସ୍ଥାନରେ ମୃଦୁ ଭୂକମ୍ପନ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ବୋଲି ଜଣାପଡିଛି । ସକାଳୁ ଝଟକା ଅନୁଭୂତ ହେବା ଫଳରେ ଲୋକେ ଚିତ୍କାର କରି ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଏଥିରେ କୌଣସି କ୍ଷୟକ୍ଷତି ହୋଇ ନାହିଁ, କିନ୍ତୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଉତ୍ତରପଟକୁ ୨୨. ୮ ଡିଗ୍ରି ଅକ୍ଷାଂଶ ଏବଂ ପୂର୍ବପଟକୁ ୮୬. ୧ ଦ୍ରାଘିମା ଅନ୍ତର୍ଗତ ଝାଡ଼ଖଣ୍ଡ ଜିଲ୍ଲାର ଶଢ଼େଇକଳା ଖରସୁଆଁର ୧୮ କିଲୋମିଟର ଅଞ୍ଚଳରେ ଏହି ଭୂମିକମ୍ପ ସଂଘଠିତ ହୋଇଥିବା କଥା ଭୁବନେଶ୍ୱରସ୍ଥିତ ଭାରତ ସରକାରଙ୍କର ଭୂବିଜ୍ଞାନ ମନ୍ତ୍ରାଳୟ, ଭାରତ ପାଣିପାଗ ବିଭାଗ, ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି।

Previous ହଓଡା-ଦିଲ୍ଲୀ ପୂର୍ବା ଏକ୍ସପ୍ରେସର ୧୨ ବଗି ଲାଇନଚ୍ୟୁତ, ୨୦ରୁ ଅଧିକ ଯାତ୍ରୀ ଆହତ
Next ‘ନାଗିନ୍‌-୩’ଫାଇନାଲ୍‌ରେ ଦେଖା ଦେବେ ମୌନି ରୟ !

No Comment

Leave a reply

Your email address will not be published. Required fields are marked *