ଆଜି ଦୋଳ ପୂର୍ଣ୍ଣିମା, ଉତ୍ସବମୁଖର ଦୋଳମଣ୍ଡପ

dola purnima

ଆଜି ସାରା ରାଜ୍ୟରେ ପାଳିତ ହେଉଛି ଦୋଳ ପୂର୍ଣ୍ଣିମା। ଏଥିପାଇଁ ବିଭିନ୍ନ ସ୍ଥାନରେ ଚାଲିଛି ମେଳଣ ଯାତ୍ରା। ଦୋଳ ପୂର୍ଣ୍ଣିମାର ତିନି ଚାରିଦିନ ଆଗରୁ ଠାକୁର ମାନେ ଗ୍ରାମ ଭ୍ରମଣ କରି ଭୋଗ ଖାଉଥିଲେ । ଆଜି କେତେକ ସ୍ଥାନରେ ଫୁଲୁଦୋଳ ମେଳା ଅନୁଷ୍ଠିତ ହେଉଛି। ଆଉ ଆଜି ଦୋଳପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହୋଇଛି । ମହାପ୍ରଭୁ ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ତିନି ଠାକୁରଙ୍କୁ ସୁନାବେଶରେ ଦେଖିବା ପାଇଁ ଭକ୍ତଙ୍କ ଭିଡ ଜମିଛି ମଧ୍ୟ । ଆଜି ତିନିଠାକୁର ଦୋଳବେଦିକୁ ଯିବେ । ସେଠାରେ ରଙ୍ଗ ଖେଳିବେ ମହାପ୍ରଭୁ । ନାଭିକଟା ମଣ୍ଡପକୁ ଠାକୁର ବିଜେ ହେବା ପରେ ସୁନାବେଶ ଆରମ୍ଭ ହେବ । ଆସନ୍ତାକାଲି ସାରା ରାଜ୍ୟରେ ପାଳନ ହେବ ହୋଲି ପର୍ବ।

Previous ଲୋକସଭା ନିର୍ବାଚନ ଲଢ଼ିବେନି ମାୟାବତୀ
Next ଚଳିତ ବର୍ଷ କମିବ ମୌସୁମୀ ବର୍ଷା!

No Comment

Leave a reply

Your email address will not be published. Required fields are marked *