ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ଭାରପ୍ରାପ୍ତ ସଂପାଦକ ଅଶୋକ କୁମାର ମହାପାତ୍ର

vigilance attack on bolangir cooperative bank manager

ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସହକାରୀ ମ୍ୟାନେଜର ତଥା ଭାରପ୍ରାପ୍ତ ସମ୍ପାଦକ ଅଶୋକ କୁମାର ମହାପାତ୍ରଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ଚଢ଼ଉ କରିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ, ସମ୍ବଲପୁର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶରେ ବଲାଙ୍ଗୀର, ସୋନପୁର, ସମ୍ବଲପୁର ,ଝାରସୁଗୁଡ଼ା ଏବଂ ରାଉରକେଲାର ଭିଜିଲାନ୍ସ ଟିମ୍ ଏକକାଳୀନ ୪ଟି ସ୍ଥାନରେ ଚଢ଼ଉ କରିଛନ୍ତି। ଭିଜିଲାନ୍ସ ଟିମ୍‌ ପ୍ୟାଲେସ୍‌ ଲାଇନ ନିକଟରେ ଥିବା ଅଶୋକ ମହାପାତ୍ରଙ୍କ ଦଶମତି ନଗରର ବାସଭବନରେ ସକାଳୁ ଚଢ଼ଉ କରାଯାଇଥିଲା । ଏଥିସହ ମାଲପଡ଼ାସ୍ଥିତ ତାଙ୍କ ପୈତୃକ ଘର, ବଲାଙ୍ଗୀର ବ୍ୟାଙ୍କ କାର୍ଯ୍ୟାଳୟ, ଭବାନିପାଟଣାରେ ଅଶୋକ ମହାପାତ୍ରଙ୍କ ଝିଅଘର ଉପରେ ଚଢ଼ଉ କରାଯାଇଛି ।

Previous ଆଚାର୍ଯ୍ୟ ବିହାର, ବାଣୀବିହାର ଓ ଜୟଦେବ ବିହାର ଛକରେ ରହିବନି ବସ !
Next ଭାରତର ଆର୍ଥିକ ଅଭିବୃଦ୍ଧି ଆଶାଠାରୁ ଅତ୍ୟନ୍ତ ଦୁର୍ବଳ :ଆଇଏମଏଫ

No Comment

Leave a reply

Your email address will not be published. Required fields are marked *