ଦୀପିକାଙ୍କ ପ୍ରଥମ ପସନ୍ଦ ‘ସବ୍ୟସାଚୀ’! ଆଶ୍ଚର୍ଯ୍ୟ ହୋଇଗଲେ କି?

Deepika prefers Sabyasachi

ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର୍ ବିରାଟ କୋହଲିଙ୍କ ବାହାଘର ପରେ ଏବେ ସମସ୍ତଙ୍କ ଆଖି ଦୀପିକା-ରଣବୀରଙ୍କ ଉପରେ । କିଛିଦିନ ତଳେ ଦୀପିକା ପାଦୁକୋନ ଓ ରଣବୀର ସିଂଙ୍କ ନିର୍ବନ୍ଧ ହୋଇସାରିଥିବା ଚର୍ଚ୍ଚା ହେଉଥିଲା । ତେବେ ଦୀପିକା କେବେ, କେଉଁଠି ଏବଂ କାହାକୁ ବାହାହେବେ ସେ ନେଇ ସମସ୍ତେ କେବଳ ଅନୁମାନ ଲଗାଉଥିବା ବେଳେ ଏବେ ତାଙ୍କୁ ନେଇ ଏକ ନୂଆ ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚା ହେଉଛି ଯେ, ଦୀପିକା ତାଙ୍କ ବାହାଘରରେ ସବ୍ୟସାଚୀଙ୍କୁ ପସନ୍ଦ କରିବେ ବୋଲି କହିଛନ୍ତି ।

କେବଳ ଦୀପିକା ନୁହନ୍ତି, ଅନୁଷ୍କା ଶର୍ମା, ସାଗରିକା ଘାଟଗେ ଭଳି ନାମୀଦାମୀ ଅଭିନେତ୍ରୀଙ୍କ ମଧ୍ୟ ପ୍ରଥମ ପସନ୍ଦ ସବ୍ୟସାଚୀ । ପ୍ରକୃତରେ ଆମେ ଆଉ କେଉଁ ‘ସବ୍ୟସାଚୀ’ କଥା କହୁନାହୁଁ । ଚର୍ଚ୍ଚା ହେଉଛି, ଦୀପିକାଙ୍କୁ ଯେତେବେଳେ ପଚରାଗଲା ଯେ ସେ ତାଙ୍କ ବାହାଘର ପରିଧାନ ପାଇଁ ସବ୍ୟସାଚୀ ଓ ମନିଷ ମାଲହୋତ୍ରାଙ୍କ ମଧ୍ୟରୁ କେଉଁ ଡିଜାଇନରଙ୍କୁ ପସନ୍ଦ କରିବେ, ଦୀପିକା ସବ୍ୟସାଚୀଙ୍କୁ ତାଙ୍କ ପସନ୍ଦ ବୋଲି କହିଥିଲେ ।

Previous ବୁମେରାଂ ଓଜନିଆ ରୋଲର
Next ସ୍ତନ୍ୟପାନ କରାଉଥିଲେ ଜାଣିରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

No Comment

Leave a reply

Your email address will not be published. Required fields are marked *