କୃଷି ଓଡ଼ିଶାରେ ବହୁ ମନଲୋଭା ଖାଦ୍ୟର ଷ୍ଟଲ

food stall at krushi odisha

ଭୁବନେଶ୍ୱର ଜନତା ମଇଦାନରେ ଜାନୁୟାରୀ ୨୦ ତାରିଖଠାରୁ ଆରମ୍ଭ ହୋଇଥିବା ପ୍ରଦର୍ଶନୀ ‘କୃଷି ଓଡ଼ିଶା-୨୦୨୦’ରେ ବିଭିନ୍ନ କିସମର ଚଟପଟି ଖାଦ୍ୟର ଷ୍ଟଲ ହଜାର ହଜାର ଦର୍ଶକଙ୍କ ପାଇଁ ବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି । ବାରିପଦା ମୁଢି ମାଂସ,ପତ୍ରପୋଡ଼ା ଓ ମାଟିହାଣ୍ଡି ମାଂସ, ଫିସ୍‌ଫେଡ଼ ଷ୍ଟଲରେ ମାଛ,ଚୁଙ୍ଗୁଡ଼ି କଙ୍କଡ଼ା ଆଦିର ବିଭିନ୍ନ ଆଇଟମ୍‌ଠାରୁ ଆରମ୍ଭ କରି ରାଜସ୍ଥାନର ଡ଼ାଲବାଟି ଚୁରମା ଅନେକଙ୍କ ପାଇଁ ଏକ ଭିନ୍ନ ଆସର ସୃଷ୍ଟି କରିଛି । ତନ୍ଦୁରି ଚା’ ଓ ଓମଫେଡ୍ ର ଷ୍ଟଲ ସାଙ୍ଗକୁ ଅନେକ ନାମିଦାମୀ ଖାଦ୍ୟ ପ୍ରସ୍ତୁତିକାରୀଙ୍କ ପ୍ରାୟ ୧୨ଟି ଷ୍ଟଲ ସୁନ୍ଦରଭାବରେ ସଜିତ ହୋଇଥିବା ବେଳେ ପରିବାର ଓ ସାଙ୍ଗସାଥୀଙ୍କ ସହ ବସି ଖାଇବା ପାଇଁ ପ୍ରଦର୍ଶନୀ ସ୍ଥଳରେ ଭଲ ବ୍ୟବସ୍ଥା ରହିଛି । ପୁଷ୍ଟିକର ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ମଧ୍ୟ ବିଶେଷ ଆଦୃତ ହେଉଛି । ଏହି ମେଳା ଜାନୁୟାରୀ ୨୪ ତାରିଖ ଯାଏଁ ଚାଲିବ ।

Previous କୃଷି ଓଡ଼ିଶା-୨୦୨୦: ଦ୍ୱିତୀୟ ଦିନରେ ୬ଟି ଜିଲ୍ଲାର ୨୦୦୦ ରୁ ଅଧିକ ଚାଷୀ ସାମିଲ
Next କୃଷି ଓଡ଼ିଶା-୨୦୨୦: ୩ୟ ଦିନରେ ବ୍ୟାଙ୍କ ଅଧିକାରୀ ଓ ଚାଷୀଙ୍କୁ ନେଇ ଆଲୋଚନା ଚକ୍ର

No Comment

Leave a reply

Your email address will not be published. Required fields are marked *