ଦୁବ ଘାସର ଉପକାରିତା….

cynodon dactylon benefit

ମୁଖ୍ୟତଃ ପୂଜାପର୍ବ ବା ଗୋଖାଦ୍ୟ ଭାବେ ଦୁବ ଘାସକୁ ବ୍ୟବହାର କରାଯାଇଥାଏ । ହେଲେ ଜାଣନ୍ତିକି ଦୁବରେ ଅନେକ ଔଷଧ ଗୁଣ ରହିଛି । ଏହାର ସେବନ ଦ୍ୱାରା ଅନେକ ମାରତ୍ମକ ରୋଗ ଭଲ ହୋଇଯାଏ । ତେବେ ଜାଣି ରଖନ୍ତୁ କିପରି ଏହାର ବ୍ୟବହାର କରିବେ ।

  • ଦୁବ ଘାସ ରସ ସହ ଦହି ମିଶାଇ ଖାଇବା ଦ୍ୱାରା ଗର୍ଭ ଧାରଣ ପ୍ରତିରୋଧ କରିହୁଏ । ଯଦି ଆପଣ ପାଇରିଆ ରୋଗରେ ଆକ୍ରାନ୍ତ ତେବେ ପ୍ରତିଦିନ ଦୁବ ଘାସ ରସ ସେବନ କରନ୍ତୁ ବା ସେଥିରେ କୁଳି କରନ୍ତୁ ଦେଖିବେ କିଛିଦିନ ପରେ ଦାନ୍ତ ମୂଳରୁ ରକ୍ତ ବୋହିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ।
  • ରାଶି ତେଲରେ ଦୁବ ରସ ମିଶାଇ ଲଗାଇଲେ ଚର୍ମ ରୋଗ ଭଲ ହୋଇଥାଏ । ଏହାର ରସରେ ଦହି ମିଶାଇ ସେବନ କଲେ ନାଳ ଝାଡା ଭଲ ହୋଇଯାଇଥାଏ । ପିଲାଙ୍କ ତରଳ ଝାଡା ହେଉଥିଲେ ଦୁବ ଘାସ ରସରେ ମହୁ ମିଶାଇ ଦିଅନ୍ତୁ ସମ୍ପୂର୍ଣ୍ଣ ଭଲ ହୋଇଯିବ ।
  • ନାକରୁ ରକ୍ତ ପଡୁଥିଲେ ଏହାର ରସ ନାକରେ ପକାଇଲେ ଭଲହୁଏ । ପିତ୍ତ ରୋଗ ଭଲ ପାଇଁ ଏହାର ମୂଳକୁ ଶୁଖାଇ ଗୁଣ୍ଡକରି ମହୁ ସହିତ ମିଶାଇ ଖାଇଲେ ଭଲ ହୋଇଯାଇଥାଏ । ସେହିଭଳି ମୁଣ୍ଡବିନ୍ଧା ହେଉଥିଲେ ଏହାର ଚେରକୁ ଅରୁଆ ଚାଉଳ ସହିତ ବାଟି ମୁଣ୍ଡରେ ପ୍ରଲେପ ଦିଅନ୍ତୁ ଭଲ ହୋଇଯିବ ।
  • ଗାଈ ଲହୁଣୀ ସହିତ ଏହାର ରସକୁ ମିଶାଇ ସେବନ କଲେ ଅର୍ଶ ରୋଗ ଭଲ ହୁଏ । ଏହାର ରସରେ ମହୁ ମିଶାଇ ସେବନ କଲେ ସମସ୍ତପ୍ରକାର ରକ୍ତ ବିକୃତି ଦୂର ହୁଏ। କାଟି ହୋଇଯାଇଥିବା ବା ଖଣ୍ଡିଆ ସ୍ଥାନରେ ଏହାକୁ ଲଗାଇଲେ ରକ୍ତ ଗଡ଼ିବା ବନ୍ଦ ହୋଇଯାଇଥାଏ ।
Previous ବିଜେଡି ଇସ୍ତାହାର କମିଟି ଘୋଷଣା କଲେ ନବୀନ
Next ନ୍ୟୁଜିଲାଣ୍ଡର ଅଲ୍‌ନୂର ମସ୍‌ଜିଦରେ ଗୁଳିମାଡ଼: ୪୦ ମୃତ୍ୟୁ,ସଂଖ୍ୟାଧିକ ଆହତ

No Comment

Leave a reply

Your email address will not be published. Required fields are marked *