ଡିପ୍ରେସନର ରୂପ ନେଲା ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ୨୪ ଘଣ୍ଟା ମଧ୍ୟରେ ଏହା ଡିପ୍ ଡିପ୍ରେସନରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଜଣାପଡିଛି । ଏବେ ଲଘୁଚାପ ଚେନ୍ନାଇରୁ ୧୪୯୦କିଲୋମିଟର ଏବଂ ମଛଲିପଟନମରୁ ୧୭୬୦ କିଲୋମିଟର ଦୂରରେ ରହିଛି। ଡିପ୍ ଡିପ୍ରେସନର ୧୨ ଘଣ୍ଟା ପରେ ଲଘୁଚାପ ବାତ୍ୟା ରୂପ ନେବା ସମ୍ଭାବନ ରହିଛି। ୩୦ ତାରିଖ ସୁଦ୍ଧା ତାମିଲନାଡ଼ୁ ଓ ଆନ୍ଧ୍ର ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ତେବେ ଆସୁଥିବା ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ଆଗାମୀ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶା ଆକାଶ ମେଘମୁକ୍ତ ରହିବ ଏବଂ କେବଳ କାଳବୈଶାଖୀ ପ୍ରଭାବରେ ଓଡ଼ିଶାରେ କାଁଭାଁ ସ୍ଥାନରେ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଡିପ୍ରେସନ୍ର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ,ଓଡିଶାକୁ ବିପଦ ନାହିଁ
cyclonic storm fani will near odisha coast

No Comment