ପାର୍ସଲବୋମା ବିସ୍ଫୋରଣ ମାମଲା: ପୁଞ୍ଜିଲାଲ୍ ବିରୋଧରେ ଫାଇନାଲ୍ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

crime branch will file chargesheet against punjilala

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର ବିରୋଧରେ ଆଜି ଫାଇନାଲ୍ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୬୫ପୃଷ୍ଠାର ଏହି ଫାଇନାଲ ଚାର୍ଜସିଟ ଏସଡିଜେଏମଙ୍କ କୋର୍ଟରେ ଦାଖଲ କରାଯାଇଛି । ୭୬ ଜଣ ସାକ୍ଷ୍ୟଙ୍କ ବୟାନ  ସହ କ୍ରାଇମବ୍ରାଞ୍ଚ ଏହି ଚାର୍ଜସିଟ ଦାଖଲ କରିଛି। ଏହା ପୂର୍ବରୁ ମଧ୍ୟ କ୍ରାଇମବ୍ରାଞ୍ଚ ଦ୍ୱାରା ୩୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଥିଲା  । ୨୦୧୮ ଫେବ୍ରୁଆରି ୨୩ ତାରିଖରେ ପାଟଣାଗଡ଼ରେ ଘଟିଥିଲା ଏହି ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ । ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ଘରେ ପହଁଚିଥିଲା ଏକ ଗିଫ୍‌ଟ ପାର୍ସଲ , ଏହାକୁ ଖୋଲିବା ପରେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ଯେଉଁଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେମାଙ୍କ ମୃତ୍ୟୁ ହୋଥିବା ବେଳେ ରିମା ଗୁରୁତର ଆହତ ହୋଇ ବହୁଦିନ ଚିକିତ୍ସିତ ହୋଇଥିଲେ। ଆଉ ଏହି ଘଟଣାର ମାଷ୍ଟର ମାଇଣ୍ଡ ଥିଲା ପୁଞ୍ଜିଲାଲ୍ । ସୂଚନାଯୋଗ୍ୟ, କିଛି ଦିନ ତଳେ ୬ ଜଣ ଡକାୟତଙ୍କ ସହ ଜେଲରୁ ଫେରାର୍‌ ହୋଇଯିବା ପାଇଁ ସେ ଯୋଜନା କରିଥିବାର ଖବର ଆସିଥିଲା । ତେବେ ଫାଟକ ଜଗିଥିବା ୱାର୍ଡର ସାଇରନ୍‌ ବଜାଇ ଦେବାରୁ ପୁଞ୍ଜିଲାଲର ଫେରାର ଉଦ୍ୟମ ପଣ୍ଡ ହୋଇଥିଲା । ଜେଲ କର୍ମଚାରୀ ୬ ଜଣ ଡକାୟତଙ୍କ ସମେତ ପୁଞ୍ଜିଲାଲକୁ ସେଲ୍‌ ଭିତରକୁ ନେଇଥିଲେ । ଘଟଣାଟି ସେତେବେଳେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।  ପୁଞ୍ଜିଲାଲ୍ ମେହେରକୁ ଘଟଣାର ୨ମାସ ପରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।

Previous ଓଡ଼ିଶାରେ ଅରବିନ୍ଦ କେଜ୍ରିଓ୍ୱାଲ୍
Next ‘ଇନକାଲ୍-୨୦୧୯’ ଉଦ୍ଘାଟିତ: ସାମିଲ ହେଲେ ୨୦ ଦେଶ ୮୫୦ ରୁ ଅଧିକ ପ୍ରତିନିଧି ‘

No Comment

Leave a reply

Your email address will not be published. Required fields are marked *