ଖୋର୍ଦ୍ଧା ବିଜେପି ନେତା ହତ୍ୟା ମାମଲା:୫ଅଭିଯୁକ୍ତ ଗିରଫ

crime branch cid arrests 5 persons in connection with khordha bjp leader manguli jena case

ଖୋର୍ଦ୍ଧା ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ମାମଲାରେ ଆଜି କ୍ରାଇମବ୍ରାଞ୍ଚ ସିଆଇଡି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଦିବ୍ୟଲୋଚନ ଗଜେନ୍ଦ୍ର, ସୀମାଞ୍ଚଳ ବଡ଼ଜେନା, ପପିନ ଦଳସିଂହରାୟ, ଚନ୍ଦ୍ରକାନ୍ତ ପ୍ରଧାନ ଓ ଇସ୍ପାତ ମହାରଣା। ସମସ୍ତ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳର। ସେମାନଙ୍କ ନାଁରେ ପୂର୍ବରୁ ଏକାଧିକ ମାମଲା ରହିଛି। ଅଧିକ ପଚରାଉଚରା ପାଇଁ ପୁଲିସ୍‌ ସେମାନଙ୍କୁ ରିମାଣ୍ଡରେ ନେଇପାରେ।ସୂଚନାଯୋଗ୍ୟ,ଏପ୍ରିଲ୍ ୧୪ ତାରିଖ ରବିବାର ରାତିରେ ଖୋର୍ଦ୍ଧା ନବୀନବାଗରେ ଥିବା ବିଜେପି କାର୍ଯ୍ୟାଳୟ ନିକଟରେ ମଙ୍କୁଳି ଜେନାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

Previous ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ
Next ରାଜ୍ୟର ୧୪ରୁ ଅଧିକା ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

No Comment

Leave a reply

Your email address will not be published. Required fields are marked *