ଲୋକସଭା ନିର୍ବାଚନ ପାଇଁ ସମୟ କମ ଥିବା ବେଳେ ଏହାକୁ ନଜରରେ ରଖି ବିଭିନ୍ନ ଦଳ ପକ୍ଷରୁ ଜୋର୍ଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କଂଗ୍ରେସ ମଧ୍ୟ ଏଥିରୁ ପଛରେ ପଡ଼ିବାକୁ ଚାହୁଁ ନାହିଁ । ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନକୁ ଦୃଷ୍ଟିରେ ରଖି ସାରା ଦେଶରେ ସମୁଦାୟ ୧୮୦ଟି ରାଲିରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ଦଳ ପକ୍ଷରୁ କୁହାଯାଇଛି ଯେ ପ୍ରାର୍ଥୀ ତାଳିକା ପ୍ରସ୍ତୁତିରେ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରଚାର ରଣନୀତିରେ ସୋସିଆଲ୍ ମିଡିଆ ଉପରେ ବିଶେଷ ଗୁୁରୁତ୍ୱ ଦେବ କଂଗ୍ରେସ ବୋଲି ଜାଣିବାକୁ ମିଳିଛି। ‘ସୁରକ୍ଷା’, ‘ନାରୀ ସୁରକ୍ଷା, ‘ସ୍ୱତନ୍ତ୍ରତା’, ‘ସଂସ୍ଥାଗତ ସ୍ୱତନ୍ତ୍ରତା’ ଆଦି ଦିଗକୁ ଦୃଷ୍ଟି ଦେବ ଦଳ। ଅନ୍ୟପକ୍ଷରେ ଆଜି ନରେନ୍ଦ୍ର ମୋଦିଙ୍କ ଗଡ଼ ଗୁଜୁରାଟରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛି କଂଗ୍ରେସ। ଦୀର୍ଘ ୫୮ ବର୍ଷ ପରେ ଗୁଜୁରାଟରେ କଂଗ୍ରେସ ଓ୍ଵାର୍କିଂ କମିଟି ବୈଠକ ଆୟୋଜିତ ହୋଇଛି। କଂଗ୍ରେସ ଦଳର ଦୁଇ ମହାନ ନେତା ମହାତ୍ମା ଗାନ୍ଧୀ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବାର୍ତ୍ତା ଏହି ବୈଠକରେ ପ୍ରଦାନ କରିବ। ଏହି ବୈଠକରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ପ୍ରିୟଙ୍କା ଗାନ୍ଧୀ ପ୍ରମୁଖ ଉପସ୍ଥିତ ହୋଇଛନ୍ତି।
୫୮ ବର୍ଷ ପରେ ଗୁଜୁରାଟରେ କଂଗ୍ରେସର ଓ୍ଵାର୍କିଂ କମିଟି ବୈଠକ
Congress to sound poll bugle from PM's home state

No Comment