ରାଜ୍ୟରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହରାଇବ କଂଗ୍ରେସ!

congress may lose main opposition party status in odisha

ଓଡ଼ିଶାର ୧୪୭ ବିଧାନସଭା ଆସନ ପାଇଁ ୫ଟି ପର୍ଯ୍ୟାରେ ମତଦାନ ହୋଇଥିବା ବେଳେ ଆଜି ବାହାରିବ ଏହାର ଫଳାଫଳ । ଏଥି ପାଇଁ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଏବେ ସୁଦ୍ଧା ବିଜେଡି ୧୦୯ ବିଧାନସଭା ଆସନରେ ଆଗୁଆ ଥିବା ବେଳେ ବିଜେପି ୨୪ ଟିରେ ଆଗରେ ରହିଛି ଏବଂ କଂଗ୍ରେସ ୧୧ଟି ଆସନରେ ଆଗୁଆ ରହିଛି। ଏହି ଧାରାକୁ ଲକ୍ଷ କଲେ କଂଗ୍ରେସ ତାର ପୂର୍ବସ୍ଥିତି ହରାଇବା ସହ ରାଜ୍ୟରୁ ଦ୍ୱିତୀୟ ସଂଖ୍ୟାଗରିଷ୍ଠ ଦଳର ମାନ୍ୟତା ହରାଇପାରେ । ଏହାସହ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ମଧ୍ୟ ହରାଇବ । ଏବେ ରାଜ୍ୟର ଦ୍ୱିତୀୟ ସଂଖ୍ୟାଗରିଷ୍ଠ ଦଳର ମାନ୍ୟତା ଓ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ବିଜେପି ପାଇବା ନେଇ ସମ୍ଭାବନ ଉପୁଜିଛି । ଏଠାରେ ସୂଚନା ଥାଉକି ନିଜେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ନବଜ୍ୟୋତି ପଛରେ ପଡିଯାଇଛନ୍ତି। ପିସିସି ସଭାପତି ଦୁଇଟି ବିଧାନସଭା ଆସନ- ଘସିପୁରା ଓ ଭଣ୍ଡାରୀପୋଖରୀରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପୁଅ ନବଜ୍ୟୋତି ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ।

Previous ଆମେଠିରେ ରହୁଲୁ ପଛୁଆ
Next ୨୦୧୯ ବିଧାନସଭା ନିର୍ବାଚନ : ବାପା-ପୁଅଙ୍କ ଆସନ ଲଢେଇ,ଜିତିବ କିଏ?

No Comment

Leave a reply

Your email address will not be published. Required fields are marked *