ଇସ୍ତଫା ଫେରାଇନେବା ଦାବିରେ ରାହୁଲ ଗାନ୍ଧିଙ୍କ ବାସଭବନ ଆଗରେ କାର୍ଯ୍ୟକର୍ତ୍ତାଙ୍କ ଆମରଣ ଅନଶନ

congress leader seat on strike and demanding rahul gandhi resign back

୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସ ବିଫଳତା ପାଇଁ ନିଜକୁ ଦାୟୀ କରି ଅଧ୍ୟକ୍ଷ ରାହୁଲ ଗାନ୍ଧି ଦେଇଥିବା ଇସ୍ତଫାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଯେମିତି ଇସ୍ତଫା ନ ଦିଅନ୍ତୁ ସେଥିପାଇଁ ଦଳର ବଡ଼ ବଡ଼ ନେତାଙ୍କ ଠାରୁ ଆରମ୍ଭ କରି କାର୍ଯ୍ୟକର୍ତ୍ତା ତାଙ୍କୁ ମନାଇବାରେ ଲାଗି ପଡ଼ିଛନ୍ତି। ଏପରିବି ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କୁ ମାନିବାକୁ ଚେଷ୍ଟା କରିଛନ୍ତି। ରାହୁଲ ଗାନ୍ଧି ଦେଇଥିବା ଇସ୍ତଫା ବିରୋଧରେ ଆଜି ନୂଆଦିଲ୍ଲୀରେ ତୁଗଲକ୍ ରୋଡ୍ ସ୍ଥିତ ତାଙ୍କ ବାସଭବନ ସମ୍ମୁଖରେ କିଛି କଂଗ୍ରେସ କାର୍ଯ୍ୟକର୍ତ୍ତା ଆମରଣ ଅନଶନରେ ବସିଥିବା ଜଣାପଡ଼ିଛି । ସେମାନେ ରାହୁଲଙ୍କୁ ଇସ୍ତଫା ଫେରାଇନେବାକୁ ଦାବି କରୁଛନ୍ତି । ତାଙ୍କ କହିବାନୁସାରେ, ରାହୁଲ ଗାନ୍ଧି କ୍ଷୁବ୍ଧ ଅଛନ୍ତି ଓ ଏପର୍ଯ୍ୟନ୍ତ ଇସ୍ତଫା ପତ୍ର ଫେରାଇ ନାହାନ୍ତି । ବାଙ୍ଗାଲୁରୁରେ ମଧ୍ୟ କଂଗ୍ରେସ କାର୍ଯ୍ୟକର୍ତ୍ତା ତାଙ୍କ ଇସ୍ତଫା ଫେରାଇନେବା ପାଇଁ ପାର୍ଟି ଅଫିସ ବାହାରେ ଧାରଣା ଦେଇଛନ୍ତି । କାର୍ଯ୍ୟକର୍ତ୍ତାଙ୍କ କହିବାନୁସାରେ, ଯେପର୍ଯ୍ୟନ୍ତ ରାହୁଲ ଇସ୍ତଫା ଫେରାଇନେବାକୁ ନମାନିଛନ୍ତି ସେପର୍ଯ୍ୟନ୍ତ ସେମାନେ ଧାରଣାରେ ବସି ରହିବେ । ଏହା ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ମନେଇବା ପାଇଁ ଉତ୍ତରପ୍ରଦେଶର କିଛି କଂଗ୍ରେସ କାର୍ଯ୍ୟକର୍ତ୍ତା ତାଙ୍କୁ ରକ୍ତରେ ଚିଠି ଲେଖି ଇସ୍ତଫା ନ ଦେବା ପାଇଁ ଦାବି କରିଥିବା ଜଣାପଡ଼ିଛି । ରାହୁଲ ଗାନ୍ଧି ଇସ୍ତଫା ଦେବା ବିଷୟରେ ଭାବନ୍ତୁ ନାହିଁ । ଆମେ ମିଶିକି ପାର୍ଟିକୁ ଛିଡା କରିବୁ ଏବଂ ପାର୍ଟି ପାଇଁ କାମ କରିବୁ ବୋଲି କାର୍ଯ୍ୟକର୍ତ୍ତାମାନେ କହିବା ଆରମ୍ଭ କରିଛନ୍ତି ।

Previous ଶାରଦା ଚିଟ୍‍ଫଣ୍ଡ୍‍ ଦୁର୍ନୀତି : ପଶ୍ଚିମବଙ୍ଗର ଦୁଇ ପୁଲିସ୍‍ ଅଧିକାରୀଙ୍କୁ ସିବିଆଇ ଜେରା
Next ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପେମା ଖାଣ୍ଡୁ

No Comment

Leave a reply

Your email address will not be published. Required fields are marked *