ସୋମବାର ରାତିରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚରେ ରାଜସ୍ଥାନ ରୟାଲ୍ସର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲରଙ୍କୁ କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ୍ ଅଶ୍ଵିନ ମଙ୍କଡିଂ କରିବା ନେଇ ଏବେ ବଡ଼ ବିବାଦ ମୁଣ୍ଡ ଟେକିଛି। ଅଶ୍ଵିନଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ବିସିସିଆଇ ମଧ୍ୟ ଏହି ମାମଲାରେ ଦୁଇ ଫାଳ ହୋଇଛି। ଅଶ୍ଵିନଙ୍କ ଖେଳୁଆଡ଼ ମନୋଭାବ ନେଇ ଅନେକ କ୍ରୀଡ଼ା ତାରକା ପ୍ରଶ୍ନ ଉଠାଇଥିବା ବେଳେ ସେ କ୍ରିକେଟ୍ର ପ୍ରଚଳିତ ନିୟମ ଅନୁସାରେ କାର୍ଯ୍ୟ କରିଛନ୍ତି ବୋଲି ଅନେକେ ଯୁକ୍ତି ବାଢ଼ିଛନ୍ତି। ବ୍ୟକ୍ତିଗତ ଭାବେ ଏହା ଏକ ଯୋଜନା ବଦ୍ଧ କାର୍ଯ୍ୟ ନଥିଲା, ବରଂ ମ୍ୟାଚ୍ର ନିର୍ଣ୍ଣାୟକ ମୋଡ଼ରେ ଏକ ସ୍ୱାଭାବିକ ପ୍ରକ୍ରିୟା ଥିଲା ବୋଲି ଅଶ୍ଵିନ ସଫେଇ ଦେଇ କହିଛନ୍ତି। ହେଲେ ତାଙ୍କ ସ୍ପଷ୍ଟୀକରଣ ସମସ୍ତଙ୍କୁ ସନ୍ତୁଷ୍ଟି କରିପାରି ନାହିଁ । ଏହି ଘଟଣା ପରେ ‘ମଙ୍କଡିଂ’ ଏବେ କ୍ରିକେଟ୍ ଜଗତର ମୁଖ୍ୟ ଚର୍ଚାର ବିଷୟ ପାଲଟିଛି । ଅଶ୍ଵିନ-ବଟଲର ଅଧ୍ୟାୟ ପରେ ଖେଳୁଆଡ଼ ମନୋଭାବ ବା ସ୍ପିରିଟ୍ ଅଫ୍ ଗେମ୍ସକୁ ନେଇ ବି ପୁଣି ଥରେ ତର୍କ ବିତର୍କ ଆରମ୍ଭ ହୋଇ ଯାଇଛି। ଅଶ୍ବିନ କରିଥିବା ଏହି କାର୍ଯ୍ୟକୁ ରାଜସ୍ଥାନ ଅଧିନାୟକ ଅଜିଙ୍କ୍ୟ ରାହାଣେ, ପ୍ରଶିକ୍ଷକ ପ୍ୟାଡି ଉପ୍ଟନ ଓ ବ୍ରାଣ୍ଡ ଆମ୍ବାସାଡାର ସେନ୍ ୱର୍ନ ତୀବ୍ର ସମାଲୋଚନା କରିଛନ୍ତି। ଭାରତୀୟ ସ୍ପିନ୍ କିମ୍ବଦନ୍ତୀ ଏରାପଲ୍ଲୀ ପ୍ରସନ୍ନା ମଧ୍ୟ ଏଥିନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଶ୍ବିନ ଦୋଷୀ, ସେ ମିଛ କହୁଛନ୍ତି ବୋଲି ପ୍ରସନ୍ନା ଅଭିଯୋଗ କରିଛନ୍ତି। ୱର୍ନ ଟ୍ବିଟ୍ କରି ଅଶ୍ବିନଙ୍କ କାର୍ଯ୍ୟକୁ ନିନ୍ଦା କରିବା ସହ ବିଶ୍ବକପରେ ବିରାଟ କୋହଲିଙ୍କୁ ଯଦି ବେନ୍ ଷ୍ଟୋକ୍ସ ଏଭଳି ଭାବେ ଆଉଟ୍ କରିବେ, ତାହାଲେ କ’ଣ ସେ ଏହାକୁ ସମର୍ଥନ କରି ଥାଆନ୍ତେ ବୋଲି ତାଙ୍କୁ ପ୍ରଶ୍ନ କରିଛନ୍ତି। ପ୍ରସନ୍ନା କହିଛନ୍ତି ଯେ ଅଶ୍ବିନ ମାମଲା ଉପରେ ପରଦା ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି। ବଟଲରଙ୍କୁ ଅଶ୍ଵିନ ଆଉଟ୍ କରିବା ଆଇପିଏଲ୍ ଇତିହାସରେ ପ୍ରଥମ ‘ମଙ୍କଡିଂ’ ଅଧ୍ୟାୟ ଯୋଡିଛି। ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସର ପ୍ରଥମେ ୧୯୪୭ ମସିହାରେ ‘ମଙ୍କଡିଂ’ ଦେଖିବାକୁ ମିଳିଥିଲା। ସେହିବର୍ଷ ସିଡନି କ୍ରିକେଟ୍ ପଡ଼ିଆରେ ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଖେଳା ଯାଇଥିବାବେଳେ ଭାରତୀୟ ବୋଲର ବିନୁ ମଙ୍କଡ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ବିଲି ବ୍ରାଉନଙ୍କୁ ନନଷ୍ଟ୍ରାଇକର ପଟ କ୍ରିଜ୍ ବାହାରେ ଥିବା ବେଳେ ରନ୍ ଆଉଟ୍ କରି ଦେଇଥିଲେ। ବ୍ରାଉନଙ୍କୁ ରନ୍ ଆଉଟ୍ କରିବା ପୂର୍ବରୁ ମଙ୍କଡ କିନ୍ତୁ ତାଙ୍କୁ ସତର୍କ କରାଇ ଦେଇଥିଲେ। ଏହାର ଦୁଇ ସପ୍ତାହ ପୂର୍ବରୁ ଖେଳା ଯାଇଥିବା ଏକ ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ମଧ୍ୟ ବ୍ରାଉନଙ୍କୁ ମଙ୍କଡ ଅନୁରୂପ ଭାବେ ଆଉଟ୍ କରି ଦେଇଥିଲେ। ହେଲେ ସିଡନି ଟେଷ୍ଟ ବେଳେ ଏହା ଅଧିକ ବିବାଦୀୟ ହୋଇଯାଇଥିଲା। ପୂର୍ବ ଭଳି କ୍ରିଜ୍ ବାହାରେ ବୁଲୁଥିବା ବେଳେ ମଙ୍କଡ ତାଙ୍କୁ ରନ୍ ଆଉଟ୍ କରି ପ୍ୟାଭଲିୟନ ଫେରାଇ ଦେଇଥିଲେ। ବ୍ରାଉନଙ୍କୁ ମଙ୍କଡ ଏଭଳି ଭାବେ ଆଉଟ୍ କରିବାଟା ଅଷ୍ଟ୍ରେଲିଆ ଗଣମାଧ୍ୟମ ଏବଂ ସେଠାକାର କିଛି କ୍ରିକେଟ୍ ପ୍ରେମୀ ସହଜରେ ଗ୍ରହଣ କରି ନଥିଲେ। ମଙ୍କଡଙ୍କୁ ତୀବ୍ର ସମାଲୋଚନା କରିବା ସହ ଅଷ୍ଟ୍ରେଲୀୟ ଗଣମାଧ୍ୟମ ଏଭଳି ଭାବେ ଆଉଟ୍କୁ ମଙ୍କଡେଡ୍ ବା ମଙ୍କଡ଼ିଂର ଆଖ୍ୟା ଦେଇଥିଲା। ସେବେଠାରୁ ଏଭଳି ରନ୍ ଆଉଟ୍କୁ ମଙ୍କଡିଂ ଆଖ୍ୟା ଦିଆଯାଇ ଆସୁଛି।
ମଙ୍କଡ଼ିଂ କଣ ?
କ୍ରିକେଟରେ ମଙ୍କଡ଼ିଂ ହେଉଛି ଏମିତି ଏକ ଅବସ୍ଥା ଯେତେବେଳେ ବଲ ପଡ଼ିବା ପୂର୍ବରୁ କୌଣସି ନନଷ୍ଟ୍ରାଇକର ବ୍ୟାଟ୍ସମ୍ୟାନ ନିଜେ କ୍ରିଜ ଛାଡି ଥାନ୍ତି ଏବଂ ବୋଲର ସେ କ୍ରିଜ ବାହାରେ ଥିବା ବେଳେ ଷ୍ଟମ୍ପ ଭାଙ୍ଗି ତାଙ୍କୁ ରନ ଆଉଟ କରିଦିଅନ୍ତି । କ୍ରିକେଟ ନିୟମରେ ଏହିଭଳି ଆଉଟକୁ ସ୍କୋର ବୋର୍ଡ଼ରେ ‘ରନ୍ ଆଉଟ୍’ ବା ମଙ୍କଡ଼ିଂ କୁହାଯାଏ ।
ଆଇପିଏଲରେ ମଙ୍କଡିଂ ଚର୍ଚା
confushion to chennai team

No Comment