ଡିଗ୍ରୀ ଓ ଜୁନିୟର କଲେଜରେ ନାମଲେଖା; ଖୋଲା ହେବ ଅନଲାଇନ ଆବେଦନ ସହାୟତା କେନ୍ଦ୍ର


ଚଳିତ ବର୍ଷ ରାଜ୍ୟର ସମସ୍ତ ଡିଗ୍ରୀ ଓ ଜୁନିୟର କଲେଜରେ ଇ-ନାମଲେଖା ହେବାକୁ ଯାଉଛି । ସମସ୍ତ ଯୁକ୍ତ ୨ ଓ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କଲେଜ ଆଡମିଶନ୍ ଇ-ନାମଲେଖା ଜରିଆରେ କରାଯିବ । ଏଥିପାଇଁ ୨୦୧୭-୧୮ ଶିକ୍ଷାବର୍ଷରେ ଇଣ୍ଟରନେଟ ସୁବିଧା ଥିବା ସହାୟତ କେନ୍ଦ୍ର ଖୋଲିବା ଲାଗି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ଇ-ନାମଲେଖା ବିଷୟରେ ସମସ୍ତ ସୂଚନା ଏବଂ ଅନଲାଇନ ଆବେଦନ ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଏହି ସହାୟତା କେନ୍ଦ୍ର ସାହଯ୍ୟ କରିବ ।

ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଇ-ନାମଲେଖା ପାଇଁ ଅନଲାଇନରେ କମନ୍ ଆଡମିଶନ ଫର୍ମ(ସିଏଏଫ୍) ପୂରଣ ଏବଂ ଏହାର କଳାଧଳା ପ୍ରିଣ୍ଟ ବାହର କରିବା ଲାଗି ସର୍ବାଧିକ ୨୫ଟଙ୍କା ନେବାକୁ ସହାୟତ କେନ୍ଦ୍ର ଗୁଡିକୁ ଉଚ୍ଚଶିକ୍ଷା ବିଭାଗ  ନିର୍ଦ୍ଦେଶ ଦେଇଛି । ଏଥିସହ କଲେଜ ପକ୍ଷରୁ କ୍ୟାମ୍ପସରେ ସହାୟତା କେନ୍ଦ୍ର ସ୍ଥାପନ ପାଇଁ ଘର ପ୍ରଦାନ କରିବା ସହ ଇଣ୍ଟରନେଟ ବ୍ୟବହାର ଲାଗି  ବିଦ୍ୟୁତ ସଂଯୋଗ ପ୍ରଦାନ କରାଯିବ । ସହାୟତା କେନ୍ଦ୍ର ସ୍ଥାପନ କରିଥିବା ବ୍ୟକ୍ତି ପ୍ରତ୍ୟେକ ସିଏଏଫ୍ ବାବଦକୁ କଲେଜକୁ ୫ଟଙ୍କା ଦେବେ । ଯଦି କଲେଜ କର୍ତ୍ତୃପକ୍ଷ ନିଜ ପକ୍ଷରୁ ସହାୟତା କେନ୍ଦ୍ର ଖୋଲିଥାନ୍ତି ତେବେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଠାରୁ ଆବେଦନ ପାଇଁ ୨୫ଟଙ୍କା ନେବେ । ନାମଲେଖା ବିଷୟରେ ସହାୟତା କେନ୍ଦ୍ର ମାଧ୍ୟମରେ ଇ-ନାମଲେଖା ସଂପର୍କିତ ସମସ୍ତ ତଥ୍ୟ କଲେଜର ଏସଆରସି ପକ୍ଷରୁ ପ୍ରଦାନ କରାଯିବ । ସେହିପରି ୨୦୧୭-୧୮ ଶିକ୍ଷାବର୍ଷରେ ନାମଲେଖାରେ ଅଣାଯାଇଥିବା ପରିବର୍ତ୍ତନ ବିଷୟରେ ଏକ ବ୍ୟାନର କଲେଜ ପ୍ରବେଶ ଦ୍ୱାର ସମ୍ମୁଖରେ ଲଗାଇବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଡିଗ୍ରୀ ଓ ଜୁନିୟର ସାମସ୍ ସେଣ୍ଟର (ଏସଆରସି) ଅଧ୍ୟକ୍ଷଙ୍କୁ ଚିଠି ଦିଆଯାଇଛି ।

Previous ଅର୍ଥ ନୁହେଁ ଅଧ୍ୟବସାୟ ସଫଳତାର ମନ୍ତ୍ର
Next ବିଲୁପ୍ତପ୍ରାୟ ‘ଘଡ଼ିଆଳ’ ବଂଶ

No Comment

Leave a reply

Your email address will not be published. Required fields are marked *