ନଡ଼ିଆ ଦେଇଛି ପରିଚୟ

coconut given identity to women group

Coconut Given Identity to Women Group

ଭାରତୀୟ ସଂସ୍କୃତିରେ ନଡ଼ିଆ ବା ଶ୍ରୀଫଳର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଦେବାଦେବୀଙ୍କ ଆରଧନା ବା ଅନ୍ୟ ଯେକୌଣସି ଶୁଭ କାମ ନଡ଼ିଆ ବିନା ସମ୍ପୂର୍ଣ୍ଣ ହୋଇପାରେ ନାହିଁ । ନଡ଼ିଆ ଗଛର ପ୍ରତିଟି ଅଂଶ ବ୍ୟବହାର ଉପଯୋଗୀ ହୋଇଥିବାରୁ ଏହାର ସ୍ୱତନ୍ତ୍ର ଆର୍ଥୀକ ମହତ୍ୱ ବି ରହିଛି । ଭାରତର ଲକ୍ଷ ଲକ୍ଷ ଚାଷୀ ରୋଜଗାର ପାଇଁ ଏହା ଉପରେ ନିର୍ଭରଶୀଳ । ଏହାର ଫଳରୁ ସ୍ୱାସ୍ଥ୍ୟ ବର୍ଦ୍ଧକ ପ୍ରାକୃତିକ ଉପାଦେୟ ପାନୀୟ, ଶଶରୁ ଉକୃଷ୍ଟ ତେଲ, ତନ୍ତୁରୁ ବା କତାରୁ ରସି, ଦଉଡି, ଗଦି ଓ ଗଛର ଗଣ୍ଡିରୁ ଘରର ଆସବାପତ୍ର ଆଦି ବିଭିନ୍ନ ପ୍ରକାରର ଉପକରଣ ତିଆରି କରାଯାଇଥାଏ ।

ନଡ଼ିଆ ଗଛର ବିଭିନ୍ନ ଅଂଶକୁ ଉପଯୋଗ କରି ଶିଳ୍ପ ପ୍ରତିଷ୍ଠା ମାଧ୍ୟମରେ କିଭଳି ରୋଜଗାର ସୃଷ୍ଟି କରାଯାଇପାରିବ ତାହା ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପରଦାପଡ଼ା ଗ୍ରାମର ଭାବିନୀ ସ୍ୱାଇଁ ପ୍ରମାଣ କରି ଦେଖାଇଛନ୍ତି । ସେ ୨୦୧୧ ମସିହାରେ ନିଜ ଅଞ୍ଚଳର ୬୦ ଜଣ ମହିଳା ସଦସ୍ୟଙ୍କୁ ନେଇ ମାତ୍ର ୧୦ ହଜାର ଟଙ୍କା ମୂଳଧନରେ ନଡ଼ିଆ କତା ଶିଳ୍ପ ପ୍ରତିଷ୍ଠା କରିଥିଲେ । ଯେଉଁଥିରେ ସେମାନେ ନିଜ ଅଞ୍ଚଳରୁ କତା ସଂଗ୍ରହ କରିବା ସହ ସେଥିରେ କଣ୍ଢେଇ,ପାପୋଛ, ଘରସଜା ଜିନିଷ, ଆସନ ପ୍ରଭୃତି ତିଆରି କରୁଛନ୍ତି । ଏହାସହ ତାଙ୍କ ଗୋଷ୍ଠୀ ଶ୍ରୀରାଧା ନାମରେ ନିଜର ଏକ ବ୍ରାଣ୍ଡ ସୃଷ୍ଟିକରି ପ୍ରସ୍ତୁତ ନଡ଼ିଆ ତେଲ ବିକ୍ରି କରୁଛନ୍ତି । ଯାହାକି ତାଙ୍କ ମହିଳା ଗୋଷ୍ଠୀକୁ ରାଜ୍ୟର କୋଣ ଅନୁକୋଣରେ ପରିଚିତ କରାଇବା ସହ ଲାଭବାନ କରାଇ ପାରିଛି ।

ସମୟ କ୍ରମେ ତାଙ୍କ ଗୋଷ୍ଠୀର ସଦସ୍ୟ ସଂଖ୍ୟା ବଢିବା ସହ ବର୍ତ୍ତମାନ ପ୍ରତ୍ୟେକ ସଦସ୍ୟା ମାସକୁ ୫ ରୁ ୧୦ ହଜରାଟଙ୍କା ରୋଜଗାର କରିବାକୁ ସକ୍ଷମ ହେଉଛନ୍ତି । କେବଳ ସେତିକି ନୁହେଁ ସେମାନେ ତେଲ ପ୍ରସ୍ତୁତ ପରେ ରହିଯାଉଥିବା ଖଦଡ଼ା ଅଂଶ ବା କୋରୁଅରୁ ନଡିଆ ଖଜା ବା କୋରା ତିଆରି କରି ବିକ୍ରି କରୁଛନ୍ତି । କୃଷିମେଳା-୨୦୨୦ରେ ସାମିଲ ହୋଇଥିବା ଭାବିନୀ କୁହନ୍ତି ଯେ ‘ମିଶନ ଶକ୍ତି ଜରିଆରେ ଆମେ କାମ ଆରମ୍ଭ କରିଥିବା ବେଳେ ଓରମାସ ସହାୟତାରେ ଆଗକୁ ବଢିପାରିଛୁ । ତେବେ ରାଜ୍ୟ ସରକାରଙ୍କ ତରଫରୁ ଅଧିକ ସହାୟତା ମିଳିଲେ ସେମାନେ ଆହୁରି ଅଧିକ ସଫଳ ହୋଇପାରିବେ ବୋଲି ଆଶାବାଦି ।

Previous ସରିଲା କୃଷି ଓଡ଼ିଶା-୨୦୨୦
Next ବତକ ଚାଷ: କମ ଖର୍ଚ୍ଚ, ଅଧିକ ଲାଭ

No Comment

Leave a reply

Your email address will not be published. Required fields are marked *