ଦିନିକିଆ ପୁରୀ ଜିଲ୍ଲା ଗସ୍ତରେ ୩୨୨ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

CM Visit puri district

ଆଜି ଦିନିକିଆ ପୁରୀ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ କଣାସରେ ପହଞ୍ଚି ୨୫୧କୋଟିର ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ସେଠାରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇଥିଲେ । ଏହା ପରେ ବ୍ରହ୍ମଗିରିରେ ଆୟୋଜିତ ସଭାକୁ ଉଦବୋଧନ ଦେବା ସହ ୨୭୧କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। କୃଷ୍ଣପ୍ରସାଦ-ଜହ୍ନିକୁଦ ରାସ୍ତା, ଆଇଟିଆଇ ଛାତ୍ରାବାସ ଓ ଛାତ୍ରୀନିବାସ, ଦକ୍ଷତା ବିକାଶ କେନ୍ଦ୍ରର ଉଦ୍‌ଘାଟନ କରିବା ସହ ପଣସପଦା ବିଦ୍ୟୁତ୍ ସବ୍‌ଷ୍ଟେସନର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଆଜିର ଏହି ଗସ୍ତରେ ସେ ୫ଟି ଗ୍ରାମ୍ୟ ପାଇପ୍ ଜଳଯୋଗାଣ ପ୍ରକଳ୍ପ ସହ କୃଷ୍ଣପ୍ରସାଦ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି ।

Previous ‘କୁମକୁମ ଭାଗ୍ୟ’ ଛାଡ଼ିବେ ତନୁ-ଆଲିୟା!
Next ନବନିର୍ମାଣ କୃଷକ ସଂଗଠନର ୧୨ଘଂଟିଆ ଓଡିଶା ବନ୍ଦ: ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚାଷୀ ଗିରଫ

No Comment

Leave a reply

Your email address will not be published. Required fields are marked *