ପୁରୀରେ ବିଶାଳ ଚାଷୀ ସମାବେଶ:ଆଜିଠୁ ଚାଷୀଙ୍କ ଖାତାକୁ ଆସିବ ‘କାଳିଆ’ ଟଙ୍କା

CM Naveen patnaik to launch kalia scheme during a farmers convention in puri today

ଆଜି ଠାରୁ ଚାଷୀଙ୍କ ଖାତାକୁ ଆସିବ ‘କାଳିଆ’ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୨ ଲକ୍ଷ ୪୫ ହଜାର ଚାଷୀ ଏହି ଯୋଜନାରେ ଟଙ୍କା ପାଇବେ । କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ପୁରୀ ମାଳତିପାଟପୁର ନିକଟ ରାହାଙ୍ଗିରିଆଠାରେ  ଆୟୋଜିତ ହୋଇଛି ବିଶାଳ ଚାଷୀ ସମାବେଶ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ‘କାଳିଆ’ ଯୋଜନାକୁ ବିଧିବଦ୍ଧ ଭାବରେ କାର୍ଯ୍ୟକାରୀ କରିବେ। କାର୍ଯ୍ୟକ୍ରମରେ ସାମିଲ ହେବା ପୂର୍ବରୁ ନବୀନ ପ୍ରଥମେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ଆଜି ଠାରୁ ରାଜ୍ୟର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ଗୁଡ଼ିକରେ ଏହି ଯୋଜନାରେ ସରକାରୀ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଚାଷୀଙ୍କ ତାଲିକା ପ୍ରକାଶ ପାଇବ । ଏହା ସହ ଏହି ଯୋଜନାରେ ଆଜି ଠାରୁ ଚାଷୀଙ୍କ ଖାତାକୁ ଆସିବ ‘ଟଙ୍କା’। ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଥିବା ଭୂମିହୀନ, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ‘କାଳିଆ’ଯୋଜନାରେ ଡିବିଟି ମାଧ୍ୟମରେ ଟଙ୍କା ଦିଆଯିବ । ପ୍ରଥମ ପର୍ଯ୍ୟାୟ ତାଲିକାରୁ ବାଦ ପଡ଼ିଥିବା ଚାଷୀମାନେ ସଂପୂର୍ଣ୍ଣ ତଥ୍ୟ ସହ ପୁଣି ଆବେଦନ କରିପାରିବେ ।

Previous ଓଡ଼ିଶାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି
Next କେନ୍ଦ୍ରାପଡାରୁ ହଟିଲା କର୍ଫ୍ୟୁ, ୧୪୪ ଧାରା ବଳବତର

No Comment

Leave a reply

Your email address will not be published. Required fields are marked *