ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି । ଗରିବଗୁରୁବାଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇବା ଓ ସହାୟତା ରାଶି ପ୍ରଦାନ କରିବା ରାଜ୍ୟ ସରକାରଙ୍କର ଲକ୍ଷ୍ୟ । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆଜି ସଚିବାଳୟଠାରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩ଟି ଯୋଜନାର ଶୁଭାରମ୍ଭ କରିଛନ୍ତି ।
ନିଃଶୁଳ୍କ ରୋଗ ନିରୂପଣ ସେବା ପାଇଁ ‘ନିଦାନ’ ଯୋଜନା
ନିଃଶୁଳ୍କ ଡାୟାଲିସିସ୍ ସେବା ପାଇଁ ‘ସହାୟ’ ଯୋଜନା
ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନରେ ‘ଆମ କ୍ଲିନିକ୍’ ଯୋଜନା
ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ପତାପ ଜେନା, ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ, ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀ ଆର୍ ବାଲକ୍ରିଷ୍ଣନ୍ ଓ ବିଭାଗୀୟ କମିଶନର ତଥା ସଚିବ ଡକ୍ଟର ପ୍ରମୋଦ କୁମାର ମେହେର୍ଦ୍ଦା ପ୍ରମୁଖ ଉପସ୍ଥିତ ଥିଲେ ।
No Comment