ବିଧାୟକମାନଙ୍କ ପାଇଁ ଆଜିଠୁ ଆରମ୍ଭ ହୋଇଥିବା ୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଛି ଏହି ପ୍ରଶିକ୍ଷଣ ଶିବିର। କାର୍ଯ୍ୟକ୍ରମର ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ଶାଳୀନତା ଓ ସରଳ ଜୀବନଯାପନ ପାଇଁ ପରାମର୍ଶ ଦେଇଛନ୍ତି। ଏହି ସହ ସେ କହିଛନ୍ତି, “ସାଧାରଣ ଲୋକଙ୍କ ସମସ୍ୟା ଦୂର ପାଇଁ କାମ କର । ଲୋକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଆଇନ୍ ପ୍ରସ୍ତୁତ ହେବା ଦରକାର। ଲୋକଙ୍କୁ ଆଖି ଆଗରେ ରଖି ସେମାନଙ୍କ ଉନ୍ନତି କରିବା ଶିଖ। ଗଣତନ୍ତ୍ରର ସଫଳତା ଲୋକଙ୍କ ଉପରେ ନିର୍ଭର କରେ। ଲୋକଙ୍କ ନିକଟତର ହୁଅ, ସେମାନଙ୍କ ସମସ୍ୟା ବୁଝ। ଯେତେ ବଡ଼ ପଦବୀରେ ଥିଲେ ମଧ୍ୟ ଲୋକଙ୍କ ହିତ ପାଇଁ କାମ କର”। ପ୍ରଥମ ଦିନରେ ବିଧାନସଭାର କମିଟି ବ୍ୟବସ୍ଥା ଓ ବୈଧାନିକ ପ୍ରକ୍ରିୟା ଉପରେ ପ୍ରଶିକ୍ଷଣ ଦିଆଯାଉଛି। ଲୋକସଭା ସଚିବାଳୟ ଅଧିକାରୀମାନେ ପ୍ରଶିକ୍ଷଣ ଦେଉଛନ୍ତି। ଏହି କାର୍ଯ୍ୟକ୍ରମରେ ବିଧାନସଭାର ବରିଷ୍ଠ, ଅଭିଜ୍ଞ ଅନୁଭୂତିସଂପନ୍ନ ମନ୍ତ୍ରୀ, ବିଧାୟକ ଓ ଲୋକସଭା ସଚିବାଳୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରି ବିଧାନସଭାର କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମାବଳୀ ଉପରେ ଆଲୋଚନା କରିବେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ସମସ୍ତ ସଦସ୍ୟସଦସ୍ୟା ଯୋଗ ଦେଇଛନ୍ତି ।
୨ଦିନିଆ ବିଧାୟକ ପ୍ରଶିକ୍ଷଣ ଶିବିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ସରଳ ଜୀବନଯାପନ ପାଇଁ ପରାମର୍ଶ ଦେଲେ
cm inaugurate MLA training programme

No Comment