ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ

class 10 bse results to be declared in the 3rd week of may

ଚଳିତ ମାସ ତୃତୀୟ ସପ୍ତାହରେ  ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ରେଜଲ୍ଟକୁ ନିର୍ଭୁଲ୍‌ ଓ ତ୍ରୁଟିଶୂନ୍ୟ କରିବାକୁ ସମୟ ଲାଗୁଛି। ତେବେ କେତେ ତାରିଖରେ ମାଟ୍ରିକ୍‌ ରେଜଲ୍ଟ ବାହାରିବ ସେନେଇ  ସ୍ପଷ୍ଟ ହୋଇନାହିଁ । ଏଠାରେ ସୂଚନା ଥାଉକି ମେ’ ପ୍ରଥମ ସପ୍ତାହରେ ମାଟ୍ରିକ ଫଳ ପ୍ରକାଶ ପାଇଁ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଥିଲା। ହେଲେ ବାତ୍ୟା ଫନି ଓ ଅନ୍ୟ କେତେକ କାରଣରୁ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି । ଫେବ୍ରୁ୍ଆରି ୨୪ରୁ ଆରମ୍ଭ ‌ହୋଇଥିବା ମାଟ୍ରିକ, ମଧ୍ୟମା, ମୁକ୍ତ ବିଦ୍ୟାଳୟ ପରୀକ୍ଷା ମାର୍ଚ ୯ ତାରିଖରେ ସରିଥିଲା। ମୂଲ୍ୟାୟନ ପ୍ରକ୍ରିୟା ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ନିର୍ଦ୍ଧାରିତ ସମୟ ଏପ୍ରିଲ ୫ରେ ଶେଷ ହୋଇଥିଲା।

Previous ପୁରୀରୁ ଚାଲିଲା ସମସ୍ତ ଟ୍ରେନ
Next ଖୋର୍ଦ୍ଧା ବିଜେପି ନେତା ହତ୍ୟା ମାମଲା:୫ଅଭିଯୁକ୍ତ ଗିରଫ

No Comment

Leave a reply

Your email address will not be published. Required fields are marked *