ସର୍ବ ଭାରତୀୟ ସ୍ତରରେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଡୁକେସନ୍ (ସିବିଏସ୍ଇ) ଦ୍ୱାରା ପରିଚାଳିତ ହୋଇଥିବା ୨୦୧୯ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆସନ୍ତା ମେ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ବୋଲି ଆଜି ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି । ସିବିଏସ୍ଇ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ୨୦୧୮- ୧୯ ଶିକ୍ଷାବର୍ଷ ପାଇଁ ଉଭୟ ରେଗୁଲାର ଓ ଘରୋଇ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନୁଷ୍ଠିତ ହୋଇଥିବା ପରୀକ୍ଷା ଫଳ ଆସନ୍ତା ମେ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ। ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ଏହି ପରୀକ୍ଷା ଚଳିତ ବର୍ଷ ଫେବ୍ରୁଆରି ୧୫ରୁ ଆରମ୍ଭ ହୋଇ ଅପ୍ରେଲ ୩ରେ ଶେଷ ହୋଇଥିଲା। ପରୀକ୍ଷା ଫଳ ସିବିଏସ୍ଇର େଓ୍ଵବ୍ସାଇଟ୍ (cbseresults.nic.in)ରେ ଉପଲବ୍ଧ ହେବବୋଲି ଜାରି ହୋଇଥିବା ଏହି ବିଜ୍ଞପ୍ତିରୁ ଜଣାପଡିଛି ।
ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
cbse 12th result 2019 to be declared may 3rd week

No Comment