ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ

CBSE class 12th Result 2019 has been declared today at cbse.nic.in.

ଆଜି ପ୍ରକାଶ ପାଇଛି ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଡୁକେସନ୍‌ (ସିବିଏସ୍‌ଇ) ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ । ୨୦୧୮- ୧୯ ଶିକ୍ଷାବର୍ଷ ପାଇଁ ସିବିଏସ୍‌ଇ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ସିବିଏସ୍‌ଇ ବୋର୍ଡ ପକ୍ଷରୁ ପକ୍ଷରୁ ପ୍ରକାଶ ପାଇବା ସହ ପରୀକ୍ଷା ଫଳ ସିବିଏସ୍‌ଇର ଆଧିକାରୀକ େଓ୍ଵବସାଇଟ୍‌ cbse.nic.in cbseresults.nic.in ରେ ଉପଲବ୍ଧ ହେଉଛି। ଏହା ଛଡ଼ା ପରୀକ୍ଷାର୍ଥୀମାନେ ସେମାନଙ୍କ ପଞ୍ଜିକୃତ ମୋବାଇଲରୁ ଏସ୍‌ଏମ୍‌ଏସ୍‌ କରି ମଧ୍ୟରେ ପରୀକ୍ଷା ଫଳ ଜାଣିପାରିବେ।ଚଳିତ ବର୍ଷ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୩.୪ ପ୍ରତିଶତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଜାଣିବାକୁ ମିଳିଛି। ପ୍ରଥମ ସ୍ଥାନରେ ରହିଛନ୍ତି ଦୁଇଜଣ ଛାତ୍ରୀ। ଗାଜିଆବାଦ ମିରଟର ହଂସିକା ଶୁକ୍ଲା, ଉତ୍ତରପ୍ରଦେଶ ମୁଜାଫରନଗରର କରିସ୍ମା ଅରୋରା ପ୍ରଥମ ସ୍ଥାନରେ ରହିବା ସହ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଯୁଗ୍ମ ଟପର୍‌ ହୋଇଛନ୍ତି।

Previous ‘ଫନି’ ପାଇଁ ଉପକୂଳ ଅଞ୍ଚଳରେ ଥିବା ଏୟାରପୋର୍ଟକୁ ଆଲର୍ଟ ଜାରି
Next ‘ଫନି’ ପାଇଁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ଜୋରଦାର ଚାଲିଛି

No Comment

Leave a reply

Your email address will not be published. Required fields are marked *