କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଏମ କୃଷ୍ଣାଙ୍କ ଜ୍ୱାଇଁ ତଥା ଏସିଆର ସବୁଠାରୁ ବଡ କଫି କମ୍ପାନୀ କାଫେ କଫି ଡେ’(ସିସିଡ଼ି )ର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥ କେଉଁଆଡେ ନିଖୋଜ ହୋଇ ଯାଇଛନ୍ତି। ପରିବାର କହିବାନୁସାରେ ସେ ସୋମବାର ୨୯ ତାରିଖ ସନ୍ଧ୍ୟାରେ ଘରୁ ମାଙ୍ଗାଲୁରୁ ଯାଉଥିଲେ ଏହାପରଠୁ ତାଙ୍କର କିଛି ଖୋଜଖବର ମିଳୁନାହିଁ । ସନ୍ଧ୍ୟା ପ୍ରାୟ ସାଢେ ୬ଟା ବେଳେ ନିଜ କାରରୁ ମଝି ରାସ୍ତାରେ ଓହ୍ଲାଇ ପଡି ଡ୍ରାଇଭରକୁ କିଛି ଦୂରରେ ଯାଇ ତାଙ୍କୁ ଅପେକ୍ଷା କରିବାକୁ ସେ କହିଥିଲେ। ହେଲେ ବହୁ ଡେରି ପର୍ଯ୍ୟନ୍ତ ସେ ଆସିନଥିଲି, ଡ୍ରାଇଭର ମଧ୍ୟ ତାଙ୍କୁ ଖୋଜି ନପାଇବାରୁ ପରିବାର ଲୋକଙ୍କୁ ଜଣାଇ ଥିଲେ । ଉଲ୍ଳଲ ପୁଲରୁ ସିଦ୍ଧାର୍ଥ ଡେଇଁପଡିଥିବା କଥା ତାଙ୍କ ଡ୍ରାଇଭର ଆଶଙ୍କା କରି କହୁଛନ୍ତି । ସିଦ୍ଧାର୍ଥ ନିଖୋଜ ହେବା ପରେ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ସିଦ୍ଧାର୍ଥ କାଫେ କଫି ଡେ’ର କର୍ମଚାରୀ ଏବଂ ନିର୍ଦେଶକ ମଣ୍ଡଳୀକୁ ଏକ ପତ୍ର ଲେଖିଥିବାର ଜଣାପଡିଛି । ଏହି ପତ୍ରରେ ସେ କହିଥିଲେ ଯେ ସବୁ ଆର୍ଥିକ ନେଣଦେଣ ମୋ ଦାୟିତ୍ୱ ଓ ଆଇନ ପାଖରେ କେବଳ ମୁଁ ଜବାବଦେହୀ। ମୋ ଉପରେ ଆସ୍ଥା ରଖିଥିବା ସମସ୍ତ ଲୋକଙ୍କୁ ନିରାଶ କରିଥିବାରୁ ମୁଁ ଦୁଃଖିତ। ଜଣେ ଉଦ୍ୟୋଗପତି ଭାବେ ମୁଁ ବିଫଳ ହୋଇଛି। ମୁଁ ଦୀର୍ଘ ଦିନ ସଂଘର୍ଷ କଲି, କିନ୍ତୁ ଏବେ ଆଉ ମୁଁ ପାରିବିନାହିଁ। ୬ ମାସ ତଳେ ଜଣେ ସାଙ୍ଗଠାରୁ ଅନେକ ଟଙ୍କା ଧାର ଆଣି କିଛି ନେଣଦେଣ କରିଥିଲି। ସେହି ନେଣଦେଣର ସେୟାରକୁ ପୁନଃ କିଣିବା ପାଇଁ ମୋ ଉପରେ ଏକ ଘରୋଇ ଅଂଶୀଦାର ପ୍ରବଳ ଚାପ ପକାଉଛନ୍ତି। ଏହାସହ ଅନ୍ୟ ଋଣଦାତାଙ୍କ ଚାପରୁ ସୃଷ୍ଟି ପରିସ୍ଥିତି ମୋତେ ମାରିଦେଇଛି । ସିଦ୍ଧାର୍ଥଙ୍କୁ ଖୋଜିବା ପାଇଁ ବ୍ୟାପକ ପୁଲିସ୍ ବଳ,ହେଲିକ୍ୟାପ୍ଟର ଏବଂ ଡଙ୍ଗା ସାହାଯ୍ୟରେ କୁ ତଲାସୀ ଅଭିଯାନ ଚାଲିଛି । ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ତାଙ୍କ ଫୋନ ସ୍ୱିଚ ଅଫ ରହିଛି। ସିଦ୍ଧାର୍ଥ ନିଖୋଜ ହେବା ପରଠାରୁ ତାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ମଙ୍ଗଳବାର ସକାଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଏମ କୃଷ୍ଣାଙ୍କ ଆବାସରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି। ମାଙ୍ଗାଲୁରୁ ପୁଲିସ କମିଶନର ସନ୍ଦୀପ ପାଟିଲ କହିଛନ୍ତି ଯେ ସିଦ୍ଧାର୍ଥ ସୋମବାର ବେଙ୍ଗାଲୁରୁରୁ ସକଲେଶପୁର ଅଭିମୁଖେ ଯାଉଥିଲେ। ମାତ୍ର ଅଧା ରାସ୍ତାରେ ସେ ଡ୍ରାଇଭରକୁ ମାଙ୍ଗାଲୁରୁ ଯିବାକୁ କହିଥିଲେ। ନେତ୍ରାବଦୀ ନଦୀ ପୋଲ ଉପରେ ସେ ଗାଡ଼ି ରଖି ଓହ୍ଲାଇପଡିଥିଲେ। କିଛି ଦୂରରେ ଯାଇ ତାଙ୍କୁ ଅପେକ୍ଷା କରିବାକୁ କହିଥିଲେ ଡ୍ରାଇଭରକୁ । ତେଣୁ ନେତ୍ରାବତୀ ନଦୀରେ ତଲାସୀ ଅଭିଯାନ ଆରମ୍ଭ କରାଯାଇଛି। ସ୍ଥାନୀୟ ମତ୍ସ୍ୟଜୀବୀ ଏବଂ ନାବିକ ତଲାସୀ ଅଭିଯାନରେ ସହଯୋଗ କରୁଛନ୍ତି। ପୋଲିସକୁ ମିଳିଥିବା ସୂତ୍ର ଅନୁସାରେ , ନିଖୋଜ ହେବା ପୂର୍ବରୁ ସିଦ୍ଧାର୍ଥ ନିଜ ସିଏଫଓଙ୍କ ସହ କଥାବାର୍ତ୍ତା କରି କମ୍ପାନୀର ଯତ୍ନ ନେବାକୁ କହିଥିଲେ । ତେବେ ସୂତ୍ର ଅନୁସାରେ ସିସିଡି ଉପରେ ୭ ହଜାର କୋଟି ଟଙ୍କାର କରଜ ଥିଲା । କରଜ କାରଣରୁ ସିଦ୍ଧାର୍ଥ ଆତ୍ମହତ୍ୟା କରିଥିବା କଥା ପୋଲିସ୍ ଏବେ ଆଶଙ୍କା କରୁଛି ।
ନିଖୋଜ ହେଲେ ସିସିଡ଼ିର ମାଲିକ ବିଜି ସିଦ୍ଧାର୍ଥ ! ଚାଲିଛି ତଲାସୀ
cafe coffee day founder vg siddhartha goes missing

No Comment