ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିଲେ ବାତିଲ ହେବ ବସ୍‍ ପରମିଟ୍

fire safety in buses

୨ଦିନ ତଳେ ବରମୁଣ୍ଡା ବସ୍‌ ଷ୍ଟାଣ୍ଡରେ ପାର୍କିଂ ଅବସ୍ଥାରେ ଗୋଟିଏ ବସ ସମ୍ପୂର୍ଣ୍ଣ ଭାବେ ଜଳିଯିବା ଓ ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିଲେ ବସ୍‍ ପରମିଟ୍ ବାତିଲ ହେବ ବୋଲି ବସ୍ ମାଲିକ ଓ ଆରଟିଓଙ୍କ ପକ୍ଷରୁ ଜଣାପଡିଛି । ଗୁରୁବାର ବସ୍ ମାଲିକ ଓ ଆରଟିଓଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଭୁବନେଶ୍ୱରର ବ୍ୟସ୍ତବହୁଳ ଛକ ଆଚାର୍ୟ୍ୟ ବିହାର ଓ ବାଣୀବିହାରରେ ଭିଡ଼ ନିୟନ୍ତ୍ରଣ ନେଇ ଆଲୋଚନା ମଧ୍ୟ ହୋଇଥବା ଜଣାପଡିଛି । ଏହାସହ ଟ୍ରାଫିକ ପୋଷ୍ଟ ଠାରୁ ଠାରୁ ୨ ଶହ ମିଟର ଦୂରରେ ବସ୍ ରଖିବାକୁ ନିଷ୍ପତ୍ତି ହୋଇଛି। ଏଠାରେ ସୂଚନାଯୋଗ୍ୟ ବୁଧବାର ଭୁବନେଶ୍ୱରର ବରମୁଣ୍ଡା ବସ୍‍ ଷ୍ଟାଣ୍ଡରେ ‘ଚକାଡ଼ୋଳା’ ନାମକ ଏକ ଯାତ୍ରୀବାହୀ ବସ୍‌ରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ନିଆଁ ଲାଗି ଯାଇଥିଲା। ବ୍ୟସ୍ତ ବହୁଳ ବରମୁଣ୍ଡା ବସ ଷ୍ଟାଣ୍ଡରେ ବସରେ ନିଆଁ ଲାଗିବା ପରେ ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଯାହ ଫଳରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇ ଗୁରୁବାର ବୈଠକ ଅନୁଷ୍ଠିତ ହୋଇଥଲା। ଏହି ଘଟଣା ଆଗରୁ ବହୁଥର ବସରେ ଅଗ୍ନିକାଣ୍ଡ ଖବର ନଜରକୁ ଆସିଛି, ଯାହାକି ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇବା ସହ ମାଲିକ ମାନଙ୍କ ପାଇଁ ଅନେକ ସମୟରେ ସମସ୍ୟା ସୃଷ୍ଟିକରିଛି। ଅଗ୍ନି ନିର୍ବାପକ ବ୍ୟବସ୍ଥା ଭଳି ଓଭର ଲୋଡ଼ିଂ, ଯାନ୍ତ୍ରିକ ତଦାରଖ ଓ ପରିଚାଳନା ପ୍ରତି ଦୁଷ୍ଟି ଦେବା ଉଚିତ । ଯାହାଦ୍ୱାରା ରାଜ୍ୟରେ ବଢୁଥିବା ବସ ଦୁର୍ଘଟଣାକୁ ନିୟନ୍ତ୍ରଣ କରାଯାଇ ପାରିବ ।

Previous Gobardhana Panda - Driver Cum Researcher of Aboriginals of Koraput.
Next ଜାମ୍ମୁ-କାଶ୍ମୀର ସୋପୋରରୁ ୮ ଲସ୍କର ଆତଙ୍କବାଦୀ ଗିରଫ

No Comment

Leave a reply

Your email address will not be published. Required fields are marked *