ସମ୍ବଲପୁର ସହର ନିକଟରେ ଥିବା ମାନେଶ୍ୱର ଅନ୍ତର୍ଗତ ଭବାନୀପାଲି ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆଜି ଭୋର ସମୟରେ ଏକ ଘରୋଇ ବସ ଓଲଟି ପଡି ୧୪ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସୂଚନା ମୁତାବକ ଦୁର୍ଘଟଣା ଗସ୍ତ ହୋଇଥିବା ଦିଲଖୁସ ନାମକ ଘରୋଇ ବସଟି ଗତକାଲି ରାତିରେ ଭୁବନେଶ୍ୱରରୁ ବ୍ରଜରାଜନଗର ଅଭିମୁଖେ ଯାତ୍ରା କରିଥିଲା । ଆଜି ଭୋର ୫ଟା ସମୟ ପାଖାପାଖି ସମ୍ବଲପୁର ମାନେଶ୍ୱର ଭବାନୀପାଲି ଛକରେ ବସଟି ଆଗରେ ଯାଉଥିବା ଏକ ଟ୍ରକକୁ ଓଭରଟେକ କରିବାକୁ ଯାଇ ଓଲଟି ପଡ଼ିଥିଲା । ସମସ୍ତ ଆହତଙ୍କୁ ସମ୍ବଲପୁର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଚିକିତ୍ସାପରେ ଛାଡ଼ି ଦିଆଯାଇଥିବା ଜଣାପଡିଛି ।
ସମ୍ୱଲପୁରରେ ବସ୍ ଦୁର୍ଘଟଣା: ୧୦ରୁ ଅଧିକ ଯାତ୍ରୀ ଆହତ
bus flips at sambalpur

No Comment