ରାଜ୍ୟ ବଜେଟ୍ ଅଧିବେସନ ଆରମ୍ଭ

Budget Session of Odisha Assembly begins

ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେସନ ପେବୃୟାରୀ ୧୪ ତାରିଖରେ ଆରମ୍ଭ ହୋଇଥିବାବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଧିବେସନରେ ତାଙ୍କର ଆନୁଷ୍ଠାନିକ ଉଦଘାଟନୀ ଅଭିଭାଷଣ ଦେଇ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସଫଳତାର ଚିତ୍ର ପ୍ରଦାନ କରିବା ସହ ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚାଇଥିଲେ ।
ରାଜ୍ୟପାଳଙ୍କ ଅଭିଭାଷଣର ମୁଖ୍ୟାଂଶ:
-ଲୋକଙ୍କୁ ଶାସନର କେନ୍ଦ୍ରବିନ୍ଦୁରେ ରଖି ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।
-ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେବା ପାଇଁ ସରକାର କାର୍ଯ୍ୟରତ ।
-ନୂଆ ଓଡ଼ିଶା ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ହେବ ।
-ଓଡ଼ିଆ ଭାଷା ଓ ସାଂସ୍କୃତିର ବିକାଶ ପାଇଁ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
-ପାଇକ ବିଦ୍ରୋହ ସ୍ମାରକୀ ପାଇଁ ୧୦ ଏକର ଜମି ଯୋଗାଇ ଦିଆଯାଇଛି ।
-ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜମି ପ୍ରଦାନ ସହ ୪୧ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ଯୋଗାଇ ଦିଆଯାଇଛି ।
-୫୭୬ ସ୍କୁଲରେ ଧନ୍ଦାମୂଳକ ଶିକ୍ଷାର ବ୍ୟବସ୍ଥା ହୋଇଥିବା ବେଳେ ୨୧୪ଟି ଆଦର୍ଶ ବିଦ୍ୟାଳୟ ଖୋଲା ଯାଇଛି ଏବଂ ଆଉ ୩୬ଟି ଖୋଲା ଯିବାକୁ ବ୍ୟବସ୍ଥା କରାଯାଇଛି ।
-କୃଷିର ବିକାଶ ଏବଂ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ବହୁବିଧ କାର୍ଯ୍ୟକ୍ରମ ଚାଲୁ କରାଯାଇଛି ।
-କୃଷି କ୍ଷେତ୍ରକୁ ଜଳଯୋଗାଣ ପାଇଁ ଶତାଧିକ ବ୍ୟାରେଜ ନିର୍ମାଣ ହୋଇଥିବା ବେଳେ କେନାଲ ଓ ଉଠା ଜଳସେଚନ ମାଧ୍ୟମରେ ଜଳସେଚନ ବ୍ୟବସ୍ଥା କରାଯାଇଛି ।
-ଆଗାମୀ ବର୍ଷରେ ୨୫ ଲକ୍ଷ ଭୂମିହୀନଙ୍କୁ କାଳିଆ ସହାୟତା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି ।
-ଦାରିଦ୍ର‌୍ୟ ଦୂରିକରଣ ପାଇଁ ବିଭିନ୍ନ ଯୋଜନା ଚାଲୁ ରହିଥିବା ବେଳେ ପଶୁପାଳନ ଓ ମତ୍ସ୍ୟ ଚାଷ ପାଇଁ ଲୋକଙ୍କୁ ପ୍ରୋତ୍ସାହନ ଦିଆଯାଉଛି ।
-କୃଷି ବିକାଶ ନିମନ୍ତେ ‘ମୁଖ୍ୟମନ୍ତ୍ରୀ କୃଷିଶିଳ୍ପ ଯୋଜନା’ ଲାଗୁ କରାଯିବା ସହ ଖାଦ୍ୟ ସୁରକ୍ଷା ମିଶନ ଜରିଆରେ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି ।
-ନିର୍ମାଣ ଶ୍ରମିକଙ୍କ ପାଇଁ କ୍ଷତି ପୂରଣ ରାଶି ୨ ଓ ୪ ଲକ୍ଷକୁ ବୃଦ୍ଧି କରାଯାଇଛି । ସାଧାରଣ ମୃତ୍ୟୁ ପାଇଁ ୨ଲକ୍ଷ ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୪ଲକ୍ଷ ମିଳିବ ।
-ଜାଗା ମିଶନରେ ୫୭ ହଜାର୫୫୦ ଭୂମିହୀନଙ୍କୁ ଜମି ଯୋଗାଇ ଦିଆଯାଇଛି ।
-ମହିଳାଙ୍କୁ ସ୍ୱାବଲମ୍ବି କରିବା ପାଇଁ ମିଶନଶକ୍ତିର ପରିସର ବୃଦ୍ଧି କରାଯାଇଛି ।
-ଆସନ୍ତା ବର୍ଷ ୨୫୦ ଟି ସେତୁ ଓ ୨୫୪୨ କିଲୋମିଟର ନୂଆ ରାସ୍ତା ନିର୍ମାଣ ହେବ ।
-ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକଙ୍କୁ ମାଗଣା ଔଷଧ ମିଳୁଥିବା ବେଳେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜକୁ ବିଶ୍ୱସ୍ତରୀୟ କରିବା ପାଇଁ ପଦକ୍ଷେପ ନିଆଯାଉଛି ।
-ସଡ଼କ ଦୁର୍ଘଟଣା ରୋକିବାକୁ କାର୍ଯ୍ୟସୂଚି ପ୍ରସ୍ତୁତୀ କରାଯାଇଥିବା ବେଳେ ଆସନ୍ତା ବର୍ଷରୁ ସମ୍ପୂର୍ଣ୍ଣ କାଗଜ ବିହିନ ବଜେଟ୍ ପ୍ରସ୍ତୁତି ପାଇଁ ନିଷ୍ପତି ହୋଇଛି ।
-ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି ।
-ଇଜି ଅଫ ଡୁଇଂ ଜରିଆରେ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦିଆଯାଉଛି ।
-ଭୂ-ରାଜସ୍ୱ ପ୍ରଦାନ ପାଇଁ ଅନଲାଇନ ବ୍ୟବସ୍ଥା ହୋଇଛି ।
-ଫନିର ସଫଳ ମୁକାବିଲା ସହ ବାତ୍ୟା କ୍ଷତିଗ୍ରସ୍ତ ପୁରୀ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
-ପୁରୀ ଶ୍ରୀମନ୍ଦିର ଭିତ୍ତିଭୂମି ବିକାଶ ପାଇଁ ବିଶେଷ ଧ୍ୟାନ ଦିଆଯାଉଥିବା ବେଳେ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର ପାଇଁ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
-ପବ୍ଲିକ୍‌-ପ୍ରାଇଭେଟ ଭାଗିଦାରି ପାଇଁ ନୂଆ ନିର୍ଦ୍ଦେଶାଳୟର ବ୍ୟବସ୍ଥା କରାଯାଉଛି ।
-ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫% ବୃଦ୍ଧି କରାଯାଇଛି ।
ବଜେଟ ଅଧିବେସନ ପ୍ରାରମ୍ଭରେ ଗୃହରେ ଦିବଙ୍ଗତ ସଦସ୍ୟ ଏବଂ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

Previous 'ସମାଜ ବିକାଶର କେନ୍ଦ୍ରବିନ୍ଦୁ ଉନ୍ନୟନମୂଳକ ସାମ୍ବାଦିକତା'
Next ପରୀକ୍ଷା ସମୟରେ ଖାଦ୍ୟପେୟ

No Comment

Leave a reply

Your email address will not be published. Required fields are marked *