କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପି ନେତା ତଥା ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ଆଜି ଏକ ମାନହାନି ମୋକଦ୍ଦମା ଦାଏର କରିଛନ୍ତି। ସୁଶୀଲ ମୋଦୀ ପାଟନା ସିଜେଏମ କୋର୍ଟରେ ଏହି ମାମଲା ଦାଏର କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟରୁ କୋଟି କୋଟି ଲୋକଙ୍କ ଭାବନାକୁ ଆଘାତ ପହଞ୍ଚିଛି। ସେ କୋଟି କୋଟି ଲୋକଙ୍କୁ ଚୋର କହିଛନ୍ତି। ସୂଚନା ଅନୁସାରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ମୋଦୀ କୂଳନାମଧାରୀ ଲୋକଙ୍କୁ ଚୋର ବୋଲି କହିଥିଲେ। ରାହୁଲ ଗାନ୍ଧୀ ଏକ ଜନସଭାରେ କହିଥିଲେ ଯେ ଗୋଟିଏ କଥା କୁହନ୍ତୁ, ସବୁ ଚୋରଙ୍କ ନାମ ମୋଦୀ କିପରି, ଯେପରି ନୀରବ ମୋଦୀ, ଲଳିତ ମୋଦୀ…। କର୍ଣ୍ଣାଟକର ଏକ ର୍ୟାଲିରେ ରାହୁଲ ଗାନ୍ଧୀ ନିଜ ବକ୍ତବ୍ୟରେ କହିଥିଲେ ଯେ ଚୌକିଦାର ଶତ ପ୍ରତିଶତ ଚୋର ଅଟନ୍ତି। ସବୁ ଚୋରଙ୍କ ଶେଷନାମ ମୋଦୀ ରହିଛି। ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟକୁ ନେଇ ସୁଶୀଲ ମୋଦୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାହୁଲଙ୍କ ଏହି ମନ୍ତବ୍ୟ ମୋଦୀ କୂଳନାମଧାରୀ ଲୋକଙ୍କ ଭାବନାଙ୍କୁ ଆଘାତ ଦେଇଛି ବୋଲି ସେ ଅଭିଯୋଗ ବାଢ଼ିଛନ୍ତି ।
ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମୋକଦ୍ଦମା
bjp leader sushil modi filed defamation case against rahul gandhi

No Comment