ଲୋକସଭାରେ ତିନି ତଲାକ ବିଲ କିଛିଦିନ ତଳେ ପାରିତ ହୋଇଥିବା ବେଳେ ଆଜି ଏହା ରାଜ୍ୟ ସଭାରେ ଆଗତ ହେବ। ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ଏହି ବିଲକୁ ବିଜେଡି ସମର୍ଥନ କରିବ ବୋଲି ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ତିନ୍ ତଲାକ୍ ବିଲ୍ ଆଗତ ହେବାକୁ ଥିବାରୁ ସମସ୍ତ ବିଜେପି ସାଂସଦଙ୍କୁ ଆଜି ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରାଯାଇଛି। ରାଜ୍ୟସଭାରେ ତିନି ତଲାକ ବିଲ୍କୁ ପାରିତ କରିବା ଲାଗି ନରେନ୍ଦ୍ର ମୋଦୀ ସରକାର ଅଣ ଏନଡିଏ, ଅଣ ୟୁପିଏ ଦଳଗୁଡ଼ିକର ସାଂସଦମାନଙ୍କ ଉପରେ ନିର୍ଭର କରିବ। ବର୍ତ୍ତମାନ ରାଜ୍ୟସଭାରେ ବିଜେପିର ବହୁମତ ନାହିଁ। କିନ୍ତୁ ଏହି ଦଳ ବିଜେଡି, ତେଲେଙ୍ଗାନା ରାଷ୍ଟ୍ର ସମିତି ଏବଂ ୱାଇଏସଆର କଂଗ୍ରେସ ସମର୍ଥନରେ ଗତ ସପ୍ତାହରେ ସୂଚନା ଅଧିକାର ବିଧେୟକ ରାଜ୍ୟସଭାରେ ପାରିତ କରିଥିଲା। ତିନି ତଲାକ ବିଲ୍କୁ ରାଜ୍ୟସଭାରେ ପାରିତ କରିବା ଲାଗି ମଧ୍ୟ ବିଜେପି ଏହି ଦଳଗୁଡ଼ିକର ସମର୍ଥନ ଆଶା ରଖିଛି। ତେବେ ଜେଡିୟୁ ଏବଂ ୱାଇଏସଆର କଂଗ୍ରେସ ତିନି ତଲାକ ବିଲ୍ ଉପରେ ହେବାକୁ ଥିବା ଭୋଟିଂ ପ୍ରକ୍ରିୟାରେ ଦୂରେଇ ରହିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ତିନି ତଲାକକୁ ଅପରାଧ ଭାବେ ବିବେଚନା କରିବା ଲାଗି ପ୍ରସ୍ତୁତ ହୋଇଥିବା ଏହି ବିଲ୍ ଲୋକସଭାରେ ପାରିତ ହୋଇଥିଲା। ଏହି ବିଲ୍ରେ ତିନି ତଲାକକୁ ବେଆଇନ ଦର୍ଶାଯିବା ସହିତ ୩ ବର୍ଷ ଜେଲଦଣ୍ଡ ଏବଂ ଜୋରିମାନାର ପ୍ରାବଧାନ ରହିଛି।
ତିନି ତଲାକ ବିଲକୁ ସମର୍ଥନ କରିବ ବିଜେଡି
BJD will support triple talaq bill

No Comment