ମାର୍ବଲ ଦୋକାନ ସିକ୍ୟୁରିଟି ଗାର୍ଡକୁ ହତ୍ୟା

bhubaneswar murder security guard

ଗତ କିଛି ଦିନତଳେ ଟଙ୍କପାଣି ରୋଡ଼ରେ ଜଣେ ସୁରକ୍ଷାକର୍ମୀଙ୍କୁ ୨ଜଣ ଦୁର୍ବୃତ୍ତ ଗୁଳିକରି ଖସିଯାଇଥିବା ବେଳେ ଆଜି ସହର ଉପକଣ୍ଠ ପାହାଳରେ ଜଣେ ସିକ୍ୟୁରିଟି ଗାର୍ଡକୁ ହତ୍ୟା କରାଯାଇଛି । ସଂପୃକ୍ତ ସୁରକ୍ଷା କର୍ମୀ ଏକ ମାର୍ବଲ ଦୋକାନରେ କାମ କରୁଥିବାର ଜଣାପଡିଛି । ଦୋକାନ ପଛପଟୁ ଏକ ଘର ଭିତରୁ ସଂପୃକ୍ତ ସୁରକ୍ଷା କର୍ମୀଙ୍କ ବେକକଟା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତ ସୁରକ୍ଷାକର୍ମୀ କଟକ ଜିଲ୍ଲା କୁସୁମା ଅଞ୍ଚଳର ଗଦାଧର ସ୍ୱାଇଁ ବୋଲି ଜଣାପଡିଛି । ଗତକାଲି ଅପରାହ୍ନ ୫ ଟାରୁ ଗଦାଧର ଦୋକାନକୁ ଡ୍ୟୁଟି ପାଇଁ ଆସିଥିଲେ । ଆଜି ସକାଳୁ ଘରେ ନପହଂଚିବାରୁ ଖୋଜାଖୋଜି କରିବା ପରେ ଗଦାଧରଙ୍କ ମୃତଦେହ ଦୋକାନ ପଛପଟୁ ଏକ ଘର ଭିତରୁ ମିଳିଥିଲା । ଉତ୍ୟକ୍ତ ଲୋକେ ଘଟଣା ପରେ କଟକ-ଭୁବନେଶ୍ୱର ରାଜପଥ ଅବରୋଧ କରିଥିଲେ । ପୋଲିସ ହତ୍ୟାକାଣ୍ଡର ତନାଘନା କରୁଛି । ହତ୍ୟାକାଣ୍ଡର କାରଣ ଏ ଯାଏଁ ଜଣାପଡିନାହିଁ ।

Previous ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
Next ପୁଣି ଅକ୍ଷୟଙ୍କ ବଡ଼ ସଫଳତା,ସପ୍ତାହରେ ୧୦୦ କୋଟି ଆୟ କଲା ‘କେଶରୀ’

No Comment

Leave a reply

Your email address will not be published. Required fields are marked *