ରାଶି ତେଲର ଉପକାରୀତା

benefits of sesame seeds and oil

ପୃଥିବୀ ପୃଷ୍ଠରେ ଉପଲବ୍ଧ ସର୍ବକୃଷ୍ଟ ଖାଦ୍ୟପ୍ରଦାର୍ଥ ବିଷୟରେ ଯଦି ଆଲୋଚନା କରାଯାଏ ତେବେ ରାଶି ବା ଏଥିରୁ ପ୍ରସ୍ତୁତ ତେଲର ନାମ ନିଶ୍ଚୟ ଆସିବ । ଏହା ଉପକାରୀ ଗୁଣରେ ଭରପୁର ଖାଦ୍ୟଶସ୍ୟ ହୋଇଥିଲେ ହେଁ ଏହାର ବ୍ୟବହାର ଆମମାନଙ୍କ ଘରେ ଦିନକୁ ଦିନ କମିବାରେ ଲାଗିଛି । ରାଶି ବା ଏହାର ତେଲ ପ୍ରସ୍ତୁତ ଖାଦ୍ୟ କେବଳ ପାଟିକି ସୁଆଦ ତାହା ନୁହେଁ ଏଥିରେ ଥିବା ପୋଷକ ତତ୍ତ୍ୱ ଓ ଔଷଧୀୟ ଗୁଣ ଦ୍ୱାରା ଅନେକ ଦୀର୍ଘ କାୟ ବ୍ୟୟବହୁଳ ରୋଗ ମଧ୍ୟ ଭଲ କରାଯାଇ ପାରେ । ତେବେ ଜାଣନ୍ତୁ ସେ ବିଷୟରେ କିଛି…..

• ରାଶି ତେଲରେ ପ୍ରଚୁର ପରିମାଣରେ ଫସଫୋରସ ରହିଥାଏ ଯାହାକି ହାଡ଼ ମଜଭୁତ କରିବାରେ ସହାୟ ହୋଇଥାଏ ।
• ଏହା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇବା ସହ ରୋଗ ସହ ଲଢିବାକୁ ଶକ୍ତି ଯୋଗାଇଥାଏ ।
• ୧୦୦ ଗ୍ରାମର ଧଳା ରାଶିରୁ ୧୦୦୦ ମିଲି ଗ୍ରାମ କ୍ୟାଲସିୟମ ମିଳିଥାଏ । ବାଦାମ ଅପେକ୍ଷା ରାଶିରେ ୬ଗୁଣା ଅଧକ କ୍ୟାଲସିୟମ ରହିଥାଏ ।
• କଳା ଓ ନାଲୀ ରାଶିରେ ଲୌହତତ୍ତ୍ୱ ପ୍ରଚୁର ପରିମାଣ ରହିଥାଏ, ଯାହାକି ରକ୍ତହିନତା ରୋଗ ଦୂରକରିବାର ରାମବାଣ ହୋଇଥାଏ ।
• ରାଶିରେ ଥିବା ଲେସଥିନ ନାମକ ରସାୟନ ରକ୍ତରେ କୋଲେଷ୍ଟ୍ରୋଲ ପ୍ରବାହକୁ ନିୟନ୍ତ୍ରୀତ କରିଥାଏ ।
• ରାଶିରେ ପ୍ରାକୃତିକ ଭାବେ ଥିବା ସିସ୍ମୋଲ ଏକ ଏଭଳି ଆଣ୍ଟି ଅକ୍ସିଡେଣ୍ଟ ଯାହାକି ଏହାର ତେଲକୁ ଉଚ୍ଚ ତାପମାତ୍ରାରେ ଖରାପ ହେବାକୁ ଦେଇନଥାଏ । ଆୟୁର୍ବେଦ ଚରକ ସଂହିତାରେ ଖାଦ୍ୟ ପ୍ରସ୍ତୁତ ପାଇଁ ସର୍ବକୃଷ୍ଟ ତେଲ ଭାବେ ରାଶି ତେଲକୁ ବର୍ଣ୍ଣନା କରାଯାଇଛି ।
• ଭିଟାମିନ୍ ‘ସି’ କୁ ଛାଡ଼ିଦେଲେ ଉତ୍ତମ ସ୍ୱସ୍ଥ୍ୟ ପାଇଁ ଆବଶ୍ୟକ ବାକି ସମସ୍ତ ପ୍ରକାର ପୋଷକ ତତ୍ତ୍ୱ ଏଥିରେ ରହିଛି । ରାଶିରେ ପ୍ରଚୁର ପରିମାଣରେ ଭିଟାମିନ୍ ‘ବି’ ଓ ଫ୍ୟାଟି ଏସିଡ ରହିଛି । ଏଥିରେ ମିଥୋନାଇନ ଓ ଟ୍ରାୟପ୍ଟୋଫନ ନାମକ ଦୁଇଟି ମହତ୍ୱପୂର୍ଣ୍ଣ ଏମିନୋ ଏସିଡ଼ ରହିଛି ଯାହାକି ଚଣା,ଚିନାବାଦାମ,ରାଜମା,ବୋଟ ଓ ସୋୟାବିନ ଭଳି ସାହାକହାରୀ ଖାଦ୍ୟ ଶସ୍ୟରେ ନଥାଏ ।
• ଟ୍ରାୟପ୍ଟୋଫନ ଶାନ୍ତି ପ୍ରଦାନ କରିବା ସହ ଉତ୍ତମ ନୀଦ ପ୍ରଦାନରେ ସହାୟ ହୋଇଥାଏ । ଏହା ତ୍ୱଚା ଓ କେଶକୁ ସୁସ୍ଥ ରଖିଥାଏ । ବିଥୋନାଇନ ଲିଭରକୁ ସୁସ୍ଥ ରଖିବା ସହ କୋଲଷ୍ଟ୍ରୋଲ ନିୟନ୍ତ୍ରଣ କରିଥାଏ ।
• ରାଶି ମଞ୍ଜିରେ ସୁସ୍ଥ ଫ୍ୟାଟ ରହିଛି ଯାହାକି ଶରୀରରେ ମେଟାବୋଲିଜମ ବୃଦ୍ଧି କିରିବାରେ ସାହାଯ୍ୟ କରିଥାଏ । ନିୟମିତ ଭାବେ ରାଶି ବା ଏହାର ତେଲ ସେବନ କଲେ କଫ ହୋଇ ନଥାଏ । ଏଥିରେ ଥିବା କ୍ୟାଲସିୟମ ଓ ଆଇରନ ଭଳି ପୋଷକ ତତ୍ତ୍ୱ ତ୍ୱଚାକୁ ଉଜ୍ୱଳ କରିଥାଏ ।
• ଉଚ୍ଚ ରକ୍ତଚାପ କମ କରିବାରେ ରାଶି ସହାୟ ହୋଇଥାଏ । ଏଥିରେ ଥିବା ମୋନୋ-ଅନସାଚୁରେଟେଡ଼ ଫ୍ୟାଟି ଏସିଡ ଶରୀରରୁ ଖରାପ କୋଲଷ୍ଟ୍ରୋଲ କମ କରି ଭଲ କୋଲଷ୍ଟ୍ରୋଲ (ଏଚଡ଼ିଏଲ) ବୃଦ୍ଧିରେ ସହାୟ ହୋଇଥାଏ ।
• ଏହା ସମସ୍ତ ପ୍ରକାର ହୃଦ ରୋଗ ଦୂର କରିବା ଓ ଧମନି କଳାକାଠିନ୍ୟ ସମ୍ଭାବନା କମ କରିଥାଏ । ଏହାସହ କର୍କଟ ରୋଗରୁ ମଧ୍ୟ ସୁରକ୍ଷା ଦେଇଥାଏ ।
• ଫୁସଫୁସ୍ କର୍କଟ, ପାକସ୍ଥଳୀ କର୍କଟ, ଲ୍ୟୁକେମିୟା, ପୁରସ୍ଥଗନ୍ଥି କର୍କଟ, ସ୍ତନ କର୍କଟ ଓ ଅଗ୍ନାଶୟ କର୍କଟର ପ୍ରଭାବକୁ କମ କରିବାରେ ସହାୟକ ହୋଇଥାଏ ।
• ଏଥିରେ ଥିବା ନିଆସିନ ଭିଟାମିନ ମାନସିକ ଅବସାଦ କମ କରିବାରେ ସହାୟ ହୋଇଥାଏ ।
• ରାଶିରେ ଥିବା ମିନରଲ ଯଥା କ୍ୟାଲସିୟମ, ଆୟରନ,ମ୍ୟାଗ୍ନେଶିୟମ, ଜିଙ୍କ୍ ଓ ସେଲେନିୟମ ହୃଦୟ ମାଂସପେଶିକୁ ସୂଚାରୁ ରୂପେ କାମକରିବାରେ ଓ ହୃଦୟ ସ୍ପନ୍ଦନ ନିୟମୀତ ବ୍ୟବଧାନରେ ହେବାରେ ସହାୟ ହୋଇଥାଏ ।
• ଏଥିରେ ଥିବା ଡ଼ାଇଟେରି ପ୍ରୋଟିନ ଓ ଏମିନୋ ଏସିଡ଼ ଶିଶୁମାନଙ୍କର ହାଡ଼ ବିକଶିତ ଓ ମଜଭୁତ କରିବାରେ ସହାୟ ହୋଇଥାଏ । ୧୦୦ ଗ୍ରାମ ରାଶିରେ ୧୮ ଗ୍ରାମ ପ୍ରୋଟିନ ରହିଥାଏ । ରାଶି ତେଲ ଘସିବା ଦ୍ୱାରା ଶିଶୁ ଆରାମରେ ଶୋଇଥାଏ ।
• ଋାଶିରେ ଥିବା ଫୋଲିକ ଏସିଡ଼ ଗର୍ଭବତୀ ମହିଳା ଓ ଭୃଣର ବିକାଶ ସହ ସୁସ୍ଥ ରଖିବାରେ ସହାୟ ହୋଇଥାଏ । ଏଥିରେ ଥିବା ଜିଙ୍କ୍ ଓ କ୍ୟାଲସିୟମ ହାଡ଼ ଛିଦ୍ରାଳ ରୋଗରୁ ମୁକ୍ତି ଦେଇଥାଏ ।
• ରାଶି ଉଚ୍ଚ ରକ୍ତ ଚାପ କମ କରିବା ସହିତ ଏଥିରେ ଆଣ୍ଟି-ଗ୍ଲାଇସେମିକ ପ୍ରଭାବରେ ରକ୍ତରେ ଗ୍ଲୁକୋଜର ମାତ୍ର ୩୬% କମ ହୋଇଥାଏ । ଯାହାକି ମଧୁମେହ ରୋଗ ଔଷଧ ଗ୍ଲିବେକ୍ଲେମାଇଡ଼ ସହ ମିଶି କାମ କରିଥାଏ । ଏହା ପ୍ରାକାର-୨ ମଧୁମେହ ରୋଗ ଅଧିକ ଭଲ ହୋଇଥାଏ ।
• କ୍ଷୀର ତୁଳନାରେ ରାଶିରେ ୩ଗୁଣା ଅଧିକ କ୍ୟାଲସିୟମ ରହିଥାଏ । ଏହା ଆଣ୍ଠୁଗଣ୍ଠି ବା ଶରୀରର ଅନ୍ୟ ଯୋଡ଼ରେ ଅନୁଭୂତ ହେଉଥିବା କଷ୍ଟରୁ ମୁକ୍ତି ଦିଏ ।

Previous ପରଦାକୁ ଆସିଲା ‘ସେକ୍ସନ ୩୭୫’ ଓ ‘ଡ୍ରିମ୍‍ ଗର୍ଲ’
Next ୨୦ରୁ ‘କୃଷି ଓଡ଼ିଶା’

No Comment

Leave a reply

Your email address will not be published. Required fields are marked *