ହେଲୋ..ହାଏ ନୁହେଁ ନମସ୍କାର କରନ୍ତୁ ସୁସ୍ଥ ରୁହନ୍ତୁ

benefits and advantages of namaskar

ଆଜିର ଦିନରେ ଆଧୁନିକତା କାରଣରୁ ଆମ ଚାଲିଚଳଣ ସହ ଆଚାର ବ୍ୟବହାରରେ ବି ବହୁମାତ୍ରାରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଯେପରି ଆଗରୁ ଆମେ ଗୁରୁଜନଙ୍କୁ ବା ଠାକୁରଙ୍କୁ ଆଣ୍ଠୁ ମାଡ଼ି ହାତଯୋଡ଼ି ନମସ୍କାର କରୁଥିଲେ ହେଲେ ଏବେ ହେଲୋ..ହାଏ ..ଗୁଡ଼ମର୍ନିଙ୍ଗ…ଗୁଡ଼ ନାଇଟ କହି କାମଚଳାଇ ଦେଉଛେ । ଯଦି କେଉଁଠି ଆବଶ୍ୟକ ପଡୁଛି ଗୋଟେ ହାତରେ ବା ଫୋପାଡ଼ିଲା ଭଳି ନମସ୍କାର କରୁଛେ । ଏଭଳି କରିବା ଦ୍ୱାରା ସଂସ୍କାର ତ ଖାରପ ହେଉଛି ତାହା ସହ ଆମ ଶରୀରର ଯେଉଁ ଲାଭ ପାଇବା କଥା ସେଥିରୁ ବଞ୍ଚିତ ହେଉଛି । ଆଣ୍ଠୁ ମାଡ଼ି ହାତଯୋଡ଼ି ପ୍ରଣାମ କରିବା ଦ୍ୱାରା ବଡ଼ଙ୍କ ଆର୍ଶୀବାଦ ପାଇବା ସହ ମନକୁ ଶାନ୍ତି ମିଳିଥାଏ, ନମସ୍କାର କରାଯାଉଥିବା ବ୍ୟକ୍ତି ମନରେ ତୁମପ୍ରତି ଭଲ ଭାବନା ସୃଷ୍ଟି କରିଥାଏ । ଏହି ହିସାବରେ ନମସ୍କାର କରିବା ଧାର୍ମିକ ଓ ବ୍ୟବହାରିକ ଦୃଷ୍ଟିକୋଣରୁ ମଧ୍ୟ ଲାଭଦାୟକ ହୋଇଥାଏ । ଏହାଛଡା ଆମ ଶରୀରର ଭଲ ବ୍ୟୟାମ ହୋଇଥାଏ । ନମସ୍କାର କରିବା ଦ୍ୱାରା ମନଭିତରେ ସୃଷ୍ଟି ହେଉଥିବା ଅହଂକାର ଲୋପ ପାଇବା ସହ ହୃଦୟ ଓ ମସ୍ତିଷ୍କ ଅଧିକା ସୁସ୍ଥ ଓ ପ୍ରଖର ହୋଇଥାଏ। ଆଣ୍ଠୁ ମାଡ଼ି ହାତଯୋଡ଼ି ପ୍ରଣାମ କରିବା ଦ୍ୱାରା ମାନସିକ ଶାନ୍ତି ମିଳିବା ସହ ହୃଦରୋଗ, ରକ୍ତ ଚାପ ଦୂର ହୋଇଥାଏ । ନମସ୍କାର କରିବା ସମୟରେ ଆମ ହାତର ତନ୍ତୁ ମସ୍ତିଷ୍କ ତନ୍ତୁ ସହ ଯୋଡି ହୋଇଥାଏ । ଏହାଦ୍ୱାର ହୃଦୟ ଚକ୍ର ଅଧିକ ସକ୍ରିୟ ହୋଇଥାଏ । ଏହାସହ ଦୁଇ ହାତ ଯୋଡିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଭଲଭାବେ ହୋଇଥାଏ । ସେଥିପାଇଁତ ଭାରତୀୟ ଯୋଗ ଓ ପାରମ୍ପରିକ ନୃତ୍ୟରେ ବିଭିନ୍ନ ପ୍ରକାର ନମସ୍କାର ସ୍ଥାନ ଦିଆଯାଇଛି ।

Previous ଜାମ୍ମୁ-କାଶ୍ମୀର ହସ୍ପିଟାଲରେ ଆତଙ୍କବାଦୀ ଆକ୍ରମଣ
Next କାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି

No Comment

Leave a reply

Your email address will not be published. Required fields are marked *