ଚଳିତ ବର୍ଷ ପାଇଁ ଆରମ୍ଭ ହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମ  

baristha nagarika tirtha yatra yojanai naugurate by cm Naveen patnaik

ଆଜି ସଚିବାଳୟରେ ଭିଡ଼ିଓ କନଫରେସିଂ ଜରିଆରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ବ୍ରହ୍ମପୁରରୁ ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରାରେ ଭେଲକାନୀ ଓ ତାଞ୍ଜୋର ଅଭିମୁଖେ ଯାତ୍ରା କରିବେ । ଗତ ୨୦୧୬ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଏହି ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୦ ହଜାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା କରି ସାରିଲେଣି । ଚଳିତ ବର୍ଷ ଦୁଇଟି ଟ୍ରେନ୍ ତୀର୍ଥଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।ସେପଟେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କ ବାର୍ଦ୍ଧକ୍ୟ ଜୀବନରେ ତୀର୍ଥ ଯାତ୍ରା କରିବାର ଆଶାକୁ ସରକାର ପୂରଣ କରିପାରୁଛନ୍ତି ।

Previous ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଚଳାଚଳ ଆରମ୍ଭ
Next ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା

No Comment

Leave a reply

Your email address will not be published. Required fields are marked *