ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ ପାଇଁ ତିଆରି ହେବ ଛାମୁଡ଼ିଆ

Balukhand-Konark Sanctuary for deer safety govt take steps

ବାତ୍ୟା ଫନିରେ ବିଧ୍ୱସ୍ତ ହୋଇଥିବା ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ ପାଇଁ ଛାମୁଡ଼ିଆ ତିଆରି କରାଯିବ । ଏହାସହ ବର୍ଷା ଦିନ ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ଜଙ୍ଗଲ ଜଳାଶୟ ପୂରଣ କରାଯାଇ ହରିଣମାନଙ୍କୁ ଜଳ ଯୋଗାଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ ଅଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି । ଏହାସହ ଆସ୍କା କୃଷ୍ଣସାର ମୃଗଙ୍କ ପାଇଁ ୫୦ ଏକର ଜାଗା କିଣିବ ବନ ବିଭାଗ ଓ ସେହି ୫୦ ଏକର ଜାଗାରେ ମୃଗଙ୍କ ପାଇଁ ଖାଦ୍ୟ ଫସଲ କରାଯିବ ବୋଲି ସେ କହିଛନ୍ତି । ଏହା ପୂର୍ବରୁ ପ୍ରଥମେ ଏକ ଏକର ଜମିରେ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରାଯିବ । ଏଠାରେ ସୂଚନାଥାଉକି ବାତ୍ୟା ଫନିରେ ବାଲୁଖଣ୍ଡ ଅଭୟାରଣ୍ୟ ବିଧ୍ୱସ୍ତ ହୋଇଥିବା ବେଳେ ସେଠାରୁ ବହୁ ସଂଖ୍ୟାରେ ହରିଣ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ଦ୍ରୋଣ କ୍ୟାମେରା ବ୍ୟବହାର କରାଯିବ ବୋଲି ଜଣାପଡିଛି ।

Previous ଫୋନିରେ ହୋଟେଲ୍‌ ଶିଳ୍ପ ବ୍ୟାପକ କ୍ଷତିଗ୍ରସ୍ତ ,ପୁରୀ ସହରରରେ ୮୦ପ୍ରତିଶତ କ୍ଷୟକ୍ଷତି
Next ଫନି’ ପ୍ରଭାବିତ ଉଦ୍ୟୋଗ ସଜାଡ଼ିବାକୁ ଋଣ ଦେବ ଏସ୍‌ବିଆଇ

No Comment

Leave a reply

Your email address will not be published. Required fields are marked *