୨୭କୁ ଘୁଞ୍ଚିଲା ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନ ଶୁଣାଣି

bail hearing extension of bjd mla pradeep maharathi

ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ୨୭ତାରିଖକୁ ଘୁଞ୍ଚିଛି। କେସ୍ ଡାଏରୀ ଓ ଇଞ୍ଜୁରୀ ରିପୋର୍ଟ ଆସି ନଥିବାରୁ ଏହା ଘୁଞ୍ଚିଥିବା କୁହାଯାଇଛି। ସ୍ୱତନ୍ତ୍ର ପ୍ରାଧିକୃତ କୋର୍ଟରେ ଜାମିନ ଶୁଣାଣି ହୋଇଥିଲା। ଗତ ୨୨ ତାରିଖରେ ନିର୍ବାଚନ ଫ୍ଲାଇଂ ସ୍କ୍ଵାଡର ମାଜିଷ୍ଟ୍ରେଟଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଗିରଫ ହୋଇ ପରେ ଜେଲ୍‌ ଯାଇଥିଲେ ବିଜେଡି ବିଧାୟକ ପ୍ରଦୀପ ମହାରଥୀ । ମାମଲାର ତଦନ୍ତ ଲାଗି ତଦନ୍ତକାରୀ ଅଧିକାରୀ ଅଧିକ ସମୟ ମାଗିଥିବା ବେଳେ ଅନ୍ୟପକ୍ଷରେ ଅଦାଲତ ପୁଲିସ୍‌କୁ ଶନିବାର ସୁଦ୍ଧା କେସ୍‌ ଡାଏରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅଦାଲତ ଭୁବନେଶ୍ୱର ଝାଡ଼ପଡ଼ା ଜେଲ୍‌ କର୍ତ୍ତୃପକ୍ଷଙ୍କୁ ମହାରଥୀଙ୍କର ସ୍ୱାସ୍ଥାବସ୍ଥା ନେଇ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଊଲ୍ଲେଖଯୋଗ୍ୟ କି, ୨୨ ତାରିଖରେ ପିପିଲିରୁ ଗିରଫ ହେଲା ପରେ ମହାରଥୀଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ସେଠାରେ ତାଙ୍କର ଜାମିନ ଆବେଦନ ଶୁଣାଣି ୨୪ ତାରିଖ ଅର୍ଥାତ ଆଜି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ଏହାପରେ ତାଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲ୍‌କୁ ସ୍ଥାନତରିତ କରାଯାଇଥିଲା । ପରେ ତାଙ୍କର ସ୍ୱାସ୍ଥାବସ୍ଥା ଖରାପ ହେବାରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଆଜି ପୁଣି ତାଙ୍କୁ ଭୁବନେଶ୍ୱର ଅଦାଲତରେ ହାଜର କରାଯାଇଥିଲା ଏବଂ ମହାରଥୀଙ୍କ ଓକିଲ ଜାମିନ୍‌ ଆବେଦନ କରିଥିଲେ। ଅଦାଲତ ଏହାର ଶୁଣାଣିକୁ ୨୭ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି।

Previous ରୋହିତ ଶେଖରଙ୍କ ହତ୍ୟା ମାମଲା: ଗିରଫ ହେଲେ ପତ୍ନୀ ଅପୂର୍ବା
Next ମେ’ ୧୯ରେ ପାଟକୁରାରେ ହେବ ନିର୍ବାଚନ

No Comment

Leave a reply

Your email address will not be published. Required fields are marked *