୫ ମାସ ପରେ ସମ୍ବଲପୁରରେ ଖୋଲିଲା ସରକାରୀ କାର୍ଯ୍ୟାଳୟ

all govt office open in sambalpur from today

ଦୀର୍ଘ ୫ ମାସ ପରେ ଆଜି ସମ୍ବଲପୁରରେ ଖୋଲିଲା ସମସ୍ତ ସରକାରୀ କାର୍ଯ୍ୟାଳୟ । କେବଳ କୋର୍ଟ କଚେରୀ ବନ୍ଦ ରଖି ଅନ୍ୟ ସରକାରୀ କାର୍ଯ୍ୟାଳୟ ଖୋଲିବାକୁ ଓକିଲ ସଂଘ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଗତ ସେପ୍ଟେମ୍ବର ୫ ତାରିଖରୁ ଆନ୍ଦୋଳନ ଆରମ୍ଭ ହେବାସହ ପର୍ଯ୍ୟାୟକ୍ରମେ ଓକିଲମାନେ ସରକାରୀ ଅଫିସ ଗୁଡିକୁ ବନ୍ଦ ରଖିଥିଲେ। ଯେଉଁଥି ପାଇଁ ବିଗତ ୫ ମାସ ହେଲା ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ ରହିଥିଲା । ତେବେ ରାଜ୍ୟ ସରକାର ଚଳିତ ବଜେଟରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ୫କୋଟି ବ୍ୟୟ ବରାଦ କରିବା ପରେ ଓକିଲ ସଂଘ ନରମିବା ସହ ସରକାରୀ କାର୍ଯ୍ୟାଳୟ ଖୋଲିବା ପାଇଁ ନିଷ୍ପତି ନେଇଛି । ଏହାସହ ସରକାରୀ କାର୍ଯ୍ୟରେ ଅଚଳାବସ୍ଥାକୁ ଦେଖି ବିଭିନ୍ନ ନାଗରିକ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଓକିଲ ସଂଘକୁ ଚିଠି ଲେଖା ଯାଇଥିଲା।

Previous ୧୪୪ ଧାରା ଘେର ଭିତରେ ରହିବ ମାଟ୍ରିକ୍ ପରୀକ୍ଷା ସେଣ୍ଟର!
Next ରାଜଧାନୀରେ ବାଘ, ଟ୍ରାଙ୍କ୍ୟୁଲାଇଜିଙ୍ଗ୍‌ ପାଇଁ ୩ ଟି ଦଳର କସରତ

No Comment

Leave a reply

Your email address will not be published. Required fields are marked *