ସାମୁଦ୍ରିକ ଝଡ଼ ‘ଫନି’ରେ ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି କହିଛନ୍ତି। ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇଛି ବୋଲି ସେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ବାତ୍ୟା ଫନିରେ ପ୍ରଭାବିତ ହେଉଥିବା ଅଞ୍ଚଳରୁ ଲୋକମାନଙ୍କୁ ୧୦୦ ପ୍ରତିଶତ ସ୍ଥାନାନ୍ତର କରାଯିବ। ଏହି କାରଣରୁ ବୁଧବାର ଜିଲ୍ଲାପାଳ ଏବଂ ସଚିବଙ୍କ ସହ ଆଲୋଚନା କରାଯାଇଛି। ଭୟଭୀତ ନହେବା ସହ ବାତ୍ୟାର ମୁକାବିଲା ଏବଂ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆଙ୍କ ପକ୍ଷରୁ ସାମୁଦ୍ରିକ ବାତ୍ୟା ଫନିକୁ ନେଇ ଦେଶର ଉପକୂଳ ଅଞ୍ଚଳରେ ଥିବା ସବୁ ଏୟାରପୋର୍ଟକୁ ଆଲର୍ଟ କରିଥିବା ଜଣାଯାଇଛି। ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଯାତ୍ରୀମାନଙ୍କ ସୁରକ୍ଷାପ୍ରତି ବିଶେଷ ଧ୍ୟାନ ଦିଆଯିବାକୁ ବି ଏଥିରେ କୁହାଯାଇଛି। ଏବେ ପୁରୀଠାରୁ ୪୨୦ କିଲୋମିଟର ଓ ବିଶାଖାପାଟଣାରୁ ୨୧୦ କିମି ଦୂରରେ ରହିଛି । ଏହା ଘଂଟା ପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି । ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଅପରାହ୍ନ ସାଢେ ୫ଟାରେ ପୁରୀ ଉପକୂଳରେ ସ୍ଥଳଭାଗ ଭାଗ ଛୁଇଁବ ବାତ୍ୟା ।
‘ଫନି’ ପାଇଁ ଉପକୂଳ ଅଞ୍ଚଳରେ ଥିବା ଏୟାରପୋର୍ଟକୁ ଆଲର୍ଟ ଜାରି
airport alert for fani

No Comment