ନୂଆଣିଆ ଚାଳ ଛପର ଘର ସାଙ୍ଗକୁ, ରଙ୍ଗିନ ମାଟିରେ ଚିକଣ କରି ଲିପା ହୋଇଥିବା କାନ୍ଥରେ ପଡ଼ିଛି ଧାଡ଼ିକି ଧାଡ଼ି ଝୋଟି, ଚିତା । କେବଳ କଣ ସେତିକି ଘର ଅଗଣାରେ ଚୁଲି, କୁକୁଡ଼ା ଭାଡ଼ି, ସିକାରେ କଖାରୁ ସାଇତା ହୋଇଛି । ବାଡ଼ିରେ ଭଳିକି ଭଳି ପନିପରିବା ସହ ମକା, ଜହ୍ନା ଲାଗାଯାଇଛି ଏହା କୌଣସି ଅଦିବାସୀ ଗାଁର ଦୃଶ୍ୟ ବିଷୟରେ ବର୍ଣ୍ଣନା କରୁନୁ ବରଂ ଖୋଦ ରାଜଧାନୀରରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ଆଦିବାସୀ ମେଳାରେ’ ସୃଷ୍ଟି ହୋଇଛି ଆଦିବାସୀ ଗାଁର ଭ୍ରମ । କେବଳ ଆଦିବାସୀ ଗାଁ ନୁହେଁ ଏଠାରେ ଆଦିବାସୀ ହାଟ ସହ ଖାଦ୍ୟପେୟ ଓ ନୃତ୍ୟଗୀତର ଆସର ଜମୁଛି । ଏଥର ୨୪ଟି ଆଦିବାସୀ ଘର ତିଆରି ହୋଇଥିବା ବେଳେ ମେଳା ପରିସରରେ ୭୩ଟି ସରକାରୀ ଷ୍ଟଲ, ହସ୍ତ କଳା ସାମଗ୍ରୀର ୨୭ଟି ଷ୍ଟଲ୍, ସ୍ୱୟଂ ସହାୟିକା ଗୋଷ୍ଠିର ୩୯ଟି, ଆଦିବାସୀ ହାଟରେ ୩୩ଟି ଷ୍ଟଲ ଏବଂ ୨୪ଟି ଖାଦ୍ୟ ସାମଗ୍ରୀର ଷ୍ଟଲ ପଡ଼ିଛି । ବିଭିନ୍ନ ଷ୍ଟଲରେ ଗହଳି ଲାଗି ରହୁଥିଲେ ମଧ୍ୟ ଜାତୀୟ ଜନଜାତି ଖାଦ୍ୟ ବଜାର ଓ ଆଦିବାସୀ ହାଟରେ ଅଧିକ ଭିଡ଼ ଦେଖିବାକୁ ମିଳିଛୁ । ଆଦିବାସୀ ହାଟରେ ମାଣ୍ଡିଆ, ସୁଆଁ ଚାଉଳ, ହଳଦୀ,ଅଦା,ତେନ୍ତୁଳି, ଆମ୍ବସରା, ମହୁ, ଅଁଳା,ବାହାଡ଼ା,ହରିଡ଼ା, ମକା ଜହ୍ନା, ସିମ୍ବ ମଞ୍ଜି ପରି ବିଭିନ୍ନ ଦେଶୀ ଓ ଜଙ୍ଗଲଜାତ ଦ୍ରବ୍ୟ ସଠିକ୍ ମୁଲ୍ୟରେ ମିଳୁଛି । ହାତପାହାନ୍ତାରେ ଦେଶୀ ଓ ଶୁଦ୍ଧ ଜିନିଷ ମିଳୁଥିବାରୁ ସହରୀ ଲୋକଙ୍କ କିଣାକିଣି ବି ବେଶ ହେଉଛି । ସେହିଭଳି ଖାଦ୍ୟ ଷ୍ଟଲ ଗୁଡ଼ିକରେ ମାଣ୍ଡିଆ, ସୁଆଁରେ ପ୍ରସ୍ତୁତ ଖାଦ୍ୟ ଓ ଆଦିବାସୀ ଖାଦ୍ୟର ବେଶ ଚାହିଦା ରହୁଛି । ଜାନୁୟାରୀ ୨୬ ତାରିଖରୁ ଆରମ୍ଭ ହୋଇଥିବା ଏହିମେଳାର ଅଷ୍ଟମ ଦିନ ଶେଷ ସୁଧା ପ୍ରାୟ ସାଢେ ୩କୋଟି ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡ଼ିଛି । ଏହି ଅବସରରେ ଆୟୋଜିତ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବର ରବିବାର ଶେଷ ସନ୍ଧ୍ୟା ଥିବାବେଳେ ଦର୍ଶକଙ୍କ ଭିଡ଼ ମଞ୍ଚପାଖରେ ବେଶ ବାରି
ହୋଇପଡ଼ିଥିଲା । ଢୋଲ, ଦୁଲଦୁଲି, ମହୁରୀ, ପେଁକାଳି ପ୍ରଭୃତି ଭଳିକି ଭଳି ଆଦିବାସୀ ବାଦ୍ୟଯନ୍ତ୍ର ଓ ଅଦିବାସୀ ଗୀତର ତାଳେ ତାଳେ ଦୁଲୁକୁଥିଲା ଆଦିବାସୀ ମଞ୍ଚ । ଜନଜାତିଙ୍କର କଳା ଓ ସଂସ୍କୃତିକୁ ବେଶ ନିଖୁଣ ଭାବରେ ମଞ୍ଚ ଉପରେ ଉପସ୍ଥାପିତ କରିଥିଲେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଡ୍ୟାନ୍ସ ଗ୍ରୁପର ନୃତ୍ୟଶିଳ୍ପୀମାନେ । ଚଳିତ ମାସ ୯ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ ।
ଜମୁଛି ଆଦିବାସୀ ମେଳା, ୮ଦିନରେ ତିନି କୋଟିରୁ ଅଧିକ ବେପାର
adivasi mela-2020

No Comment