ଜାମ୍ମୁ-କାଶ୍ମୀର ସୋପୋରରୁ ୮ ଲସ୍କର ଆତଙ୍କବାଦୀ ଗିରଫ

8 lashkar terrorists arrested from sopore

ଜାମ୍ମୁ-କାଶ୍ମୀରର ସୋପୋର ଅଞ୍ଚଳରୁ ଆଜି ଭାରତୀୟ ସେନା ୮ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର(ଏଲଇଟି)ର ବୋଲି ଜଣାପଡ଼ିଛି। ଏହି ଆତଙ୍କୀଙ୍କ ମଧ୍ୟରୁ ୭ ଜଣ ପାକିସ୍ତାନୀ ହୋଇଥିବାବେଳେ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଗିରଫ ହୋଇଥିବା ୮ ଆତଙ୍କବାଦୀ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଇବା ସହିତ ହତ୍ୟା କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଏହା ସହିତ ସଂଗଠନର ପ୍ରଚାର ପ୍ରସାର କରାଉଥିଲେ। ଗିରଫ ଆତଙ୍କବାଦୀଙ୍କ ନାମ ହେଉଛି ଐଜାଜ୍‌ ମିର୍‌, ଓମାର ମିର୍‌, ତସିଫ ନାଜର, ଇମତିଆଜ ନାଜର, ଓମାର ଆକବର, ଫଇଜାନ ଲତିଫ, ଡାନିଶ ହବିବ୍‌ ଏବଂ ଶୋକାତ୍‌ ଅହମଦ ମିର୍‌। ଲୋକଙ୍କୁ ଭୟଭୀତ କରିବା ଲାଗି ସେମାନେ ପୋଷ୍ଟର ତିଆରି କରିବା ସହିତ ବିଭିନ୍ନ ସ୍ଥାନରେ ଏହାକୁ ଲଗାଉଥିଲେ। ସେମାନଙ୍କ ନିକଟରୁ ପୁଲିସ କେତେକ କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ନିକଟରେ ସୋପୋର ଅଞ୍ଚଳରେ କେତେଜଣ ସ୍ଥାନୀୟ ଲୋକଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ଗିରଫ ଆତଙ୍କବାଦୀଙ୍କ ସମ୍ପୃକ୍ତି ରହିଛି କି ନାହିଁ ପୁଲିସ ତାହାର ତଦନ୍ତ କରୁଛି। ଏହାସହ ଶନିବାର ଦକ୍ଷିଣ କଶ୍ମୀରରେ ଏକ ଫଳ ବ୍ୟବସାୟୀ ଘର ଉପରକୁ ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ। ଏହାର ଦୁଇ ଦିନ ପରେ ସମାନ ସ୍ଥାନରେ ଆତଙ୍କବାଦୀ ଧରାପଡ଼ିବା ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳାଇଦେଇଛି।

Previous ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିଲେ ବାତିଲ ହେବ ବସ୍‍ ପରମିଟ୍
Next ପୁରୀ-ସମ୍ବଲପୁରରେ ଟ୍ରିପଲ ଏନ୍‌କାଉଣ୍ଟର

No Comment

Leave a reply

Your email address will not be published. Required fields are marked *