ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯, ଆଜି ୫ ନୂଆ ରୋଗୀ ଚିହ୍ନଟ

79 Covid positive cases in Odisha

ରାଜ୍ୟରେ ଆଜି ଆଉ ୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ୫ ନୂଆ ରୋଗୀ ବାଲେଶ୍ୱର ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣା ପଡିଛି । ଏହା ସହ ବାଲେଶ୍ୱରରେ ଏମାନଙ୍କୁ ମିଶାଇ ଆକ୍ରାନ୍ତ ସଂଖ୍ୟା ୮ରେ ପହଞ୍ଚିଲା । କାଲି ୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ।ଏଥିସହ ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦେଇଛି । ଏଠାରେ ସୂଚନା ଥାଉକି ଏବେ ସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଥିବା ୭୯ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୫ ଜଣ ସୁସ୍ଥ ହୋଇଥିବା ବେଳେ ୫୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି ।

Previous ଲଙ୍କା ଫସଲରୁ ଲାଭ ମିଳିବାର ଉପାୟ
Next ଲକ୍ ଡାଉନ୍ ପରେ ରାଜ୍ୟକୁ ଫେରିବେ ୫ ଲକ୍ଷ ଓଡ଼ିଆ

No Comment

Leave a reply

Your email address will not be published. Required fields are marked *