ଦାୟିତ୍ୱରେ ଅବହେଳା କରି ୬ ଜଣ ପୋଲିଂ କର୍ମଚାରୀ ନିଲମ୍ବିତ !

6puling worker suspended

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ନିର୍ବାଚନ କାର୍ଯ୍ୟରେ ଅବହେଳା ଯୋଗୁଁ ୬ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ସେମାନଙ୍କ ମଧ୍ୟରେ ୩ ଜଣ ପ୍ରିଜାଇଡିଂ ଏବଂ ଅନ୍ୟ ୩ ଜଣ ସେକ୍ଟର ଅଫିସର ରହିଛନ୍ତି । ୬୮ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ଉମାଶଙ୍କର ପାଣିଗ୍ରାହୀ ଏବଂ ସେକ୍ଟର ଅଫିସର ମନୋରଞ୍ଜନ ପାଣିଗ୍ରାହୀ,୨୩୫ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ପ୍ରିୟବତ୍ର ସାହୁ ଏବଂ ସେକ୍ଟର ଅଫିସର ପ୍ରଶାନ୍ତ ସେଠୀ, ୧୧୬ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ରାତମ୍ ସେଠୀ ଏବଂ ସେକ୍ଟର ଅଫିସର ପ୍ରଦୀପ ପ୍ରଧାନଙ୍କୁ ବରଗଡ ଜିଲାପାଳ ନିଲମ୍ବନ କରିଛନ୍ତି । ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସକାଳ ୬ରୁ ଭୋଟଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଶାନ୍ତିଶୃଙ୍ଖଳାରେ ଭୋଟଦାନ ଚାଲିଥିବା ବେଳେ ବରଗଡ଼ ପୌରାଞ୍ଚଳ ଶକ୍ତିନଗର ବୁଥ୍‌ରେ ଅର୍ଥାତ ଓ୍ଵାର୍ଡ ନମ୍ବର ୬ରେ ଇଭିଏମ୍‌ ମେସିନରେ ତ୍ରୁଟି ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଥିଲା। ଭୋଟର ଅଭିଯୋଗ କରିଥିଲେ କି ବିଧାନସଭା ଲାଗି ମତଦେଲେ ତାହା ଲୋକସଭା ପ୍ରାର୍ଥୀଙ୍କୁ ଚାଲିଯାଉଛି। ଏହାକୁ ନେଇ ଭୋଟର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଘଟଣାରେ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବରଗଡ଼ ଜିଲ୍ଲାପାଳ।

Previous ୩ ପାସେଞ୍ଜର ଟ୍ରେନ୍‌ ବଦଳରେ ଶେଷ ସପ୍ତାହଠାରୁ ଚାଲିବ ମେମୁ ଟ୍ରେନ୍‌
Next ୮୨ ବର୍ଷ ବୟସରେ ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କର ଦେହାନ୍ତ

No Comment

Leave a reply

Your email address will not be published. Required fields are marked *